ଚପିଗଲା ୧୦୦କୋଟିର ଦୁର୍ନୀତି, ଏବେ ‘ଅପରେଶନ କ୍ଲିନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଚପିଗଲା ୧୦୦କୋଟିର ଦୁର୍ନୀତି, ଏବେ ‘ଅପରେଶନ କ୍ଲିନ୍’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଉଦ୍ୟାନକୃଷି ଓ ଜଳଛାୟା ମିଶନ ବିଭାଗରେ ୧୦୦କୋଟି ଟଙ୍କାରୁ ଅଧିକ ଦୁର୍ନୀତି ଅଭିଯୋଗର ତଦନ୍ତ ତ ହେଲାନି ଓଲଟା ରାଜ୍ୟ ସରକାର ଏବେ ‘ଅପରେଶନ କ୍ଲିନ୍’ ପାଇଁ ପୂରା ଦମରେ ଲାଗିପଡ଼ିଛନ୍ତି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ପ୍ରଥମେ ଏହି ଦୁର୍ନୀତିର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ କୃଷିମନ୍ତ୍ରୀ ପଦ ହରାଇଥିବା ତଥା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲି ବିଜେଡିରୁ ବହିଷ୍କୃତ ହୋଇଥିବା ଡାକ୍ତର ଦାମୋଦର ରାଉତ କାଳେ ଏହାକୁ ରାଜନୀତିକ ପ୍ରସଙ୍ଗ କରିବେ କୁଆଡ଼େ ସେଇଥିପାଇଁ ଏବେ ସରକାରୀସ୍ତରରେ କାଗଜପତ୍ରରେ ସବୁକିଛି ‘କ୍ଲିନ୍’ ବୋଲି ଦର୍ଶାଇବାକୁ ପ୍ରୟାସ ଚାଲିଛି। ଏହି ଦୁର୍ନୀତି ଅଭିଯୋଗ ସହ ଜଡ଼ିତ ଥିବା ଅଫିସରମାନଙ୍କୁ କୁଆଡ଼େ ଗଣ୍ଡଗୋଳିଆ ଦସ୍ତାବିଜ୍ ସବୁକୁ ପିଛିଲା ଭାବେ ଠିକଠାକ୍ କରିବାକୁ କୁହାଯାଇଛି। ସେହିପରି କୃଷି ବିଭାଗ ସହ ଜଡ଼ିତ ଥିବା ଏକ ନିଗମର ‘ବୋର୍ଡ ଅଫ୍ ଡାଇରେକ୍ଟର୍ସ’ରେ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ୨ଜଣ ଆଇଏଏସଙ୍କୁ ଗତ ଦୁଇଦିନ ତଳେ କାଢ଼ି ଦିଆଯାଇ ସେମାନଙ୍କ ସ୍ଥାନରେ ଅନ୍ୟ ଦୁଇ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି।

ଚର୍ଚ୍ଚା ହେଉଛି ଏହି ନିଗମଟି ଦୁହାଁଳିଆ ହୋଇଥିବାବେଳେ ଏହା ଜରିଆରେ ଜଳଛାୟା ମିଶନ, ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନକୃଷି ବିଭାଗର ପାଣ୍ଠି ଖର୍ଚ୍ଚ ହୋଇଥାଏ। ଡାକ୍ତର ରାଉତ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ତାହା କୁଆଡ଼େ କୃଷି ବିଭାଗର ଏହି ୩ଟି ବିଭାଗରେ ହିଁ ହୋଇଥିଲା। ତେବେ ଡାକ୍ତର ରାଉତ କୃଷିମନ୍ତ୍ରୀ ପଦରୁ ଯିବା ପରେ କାଳେ ସମସ୍ୟା ଉପୁଜିବ, ସେହି ଆଶଙ୍କାରେ ଏହି ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଜଣେ ଆଇଏଏସ ଅଫିସର କୁଆଡ଼େ ନିଜଆଡ଼ୁ ଓହରି ଯାଇ ନିଜର ଜଣେ ଖାସ୍ ଅନୁଗତଙ୍କୁ ନିର୍ଦ୍ଦେଶକ(ଇନଚାର୍ଜ) ଭାବେ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି କରିଛନ୍ତି।
ଦୁଆହ୍ନ
ପୂର୍ବରୁ ଦୁର୍ନୀତି କାରବାରରେ ଅଭିଯୁକ୍ତ ଥିବା ସମ୍ପୃକ୍ତ ନିର୍ଦ୍ଦେଶକ (ଇନଚାର୍ଜ)ଙ୍କ ମାଧ୍ୟମରେ କୁଆଡ଼େ ଏବେ ‘କଳାକୁ ଧଳା ଓ ଧଳାକୁ କଳା’ କରିବାର କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ସେହି ଅଫିସରଙ୍କ ବିରୋଧରେ ଖୋଲାଖୋଲି ଭାବେ ଦୁର୍ନୀତି ଅଭିଯୋଗ ଆସିଥିଲା। କିନ୍ତୁ ଏବେ ତାଙ୍କୁ କୁଆଡ଼େ ସରକାରଙ୍କ ଏହି ଦୁହାଁଳିଆ ନିଗମର ବୋର୍ଡ ଅଫ ଡାଇରେକ୍ଟର୍ସରେ ସାମିଲ କରାଯାଇଛି। ଯେଉଁ ଦୁଇଜଣ ଅଫିସରଙ୍କ ସ୍ଥାନରେ ଏମାନଙ୍କୁ ସ୍ଥାନ ମିଳିଛି ସେମାନେ କୁଆଡ଼େ ଆଖିବୁଜି କୋଟିକୋଟି ଟଙ୍କା ଲୁଟ୍ କରିଛନ୍ତି ବୋଲି ଅଭିଯୋଗ ହୋଇଛି।

ଏହି ସନ୍ଦିଗ୍ଧ ଆଇଏଏସ ଅଫିସର ୬ମାସରୁ ଅଧିକ ସମୟ ହେବ କୃଷି ବିଭାଗଠୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କୁ ମାତ୍ର ୨ଦିନ ତଳେ ସେହି ଦୁହାଁଳିଆ ନିଗମର ନିର୍ଦ୍ଦେଶକମଣ୍ଡଳୀରୁ ବାଦ୍ ଦିଆଯାଇଛି। ଏସବୁ ଘଟଣାକ୍ରମ ସହ କୁଆଡ଼େ ଜଣେ ପ୍ରଭାବଶାଳୀ ଆଇଏଏସ ସମ୍ପୃକ୍ତ ଥିବାରୁ ସମସ୍ତ ଦୁର୍ନୀତି ଅଭିଯୋଗକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ଉଦ୍ୟମ ଚାଲିଛି। ସେହି ଦୁର୍ନୀତିକୁ ନେଇ ଏତେ ହୋ-ହାଲ୍ଲା ହେବା ସତ୍ତ୍ୱେ ବି ସେହି ଦୁର୍ନୀତିର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେବାକୁ ସାହସ ସରକାର କରିପାରୁନାହାନ୍ତି ବୋଲି ଚର୍ଚ୍ଚା ।



from Odisha Reporter https://ift.tt/2CzdHAL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages