
ଅହମଦାବାଦ୍: ଗୁଜରାଟର ସାବରକାନ୍ଥାରେ ଏକ ୨୦୦ ଫୁଟ୍ର ଗଭୀର ନଳକୂପରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟିର ବୟସ ଦେଢ଼ ବର୍ଷ।
ସୋମବାର ଶିଶୁଟି ଖେଳୁଥିବା ସମୟରେ ଏହି ଗଭୀର ନଳକୂପରେ ପଡ଼ି ଯାଇଥିଲା।
ପୁଲିସ୍, ଏନଡିଆରଏଫ୍ ଓ ଅଗ୍ନିଶମ ଟିମ୍ ଶିଶୁଟିକୁ ବଞ୍ଚାଇବାକୁ ୧୨ ଘଣ୍ଟା ଧରି ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
ସୂଚନାଯୋଗ୍ୟ, ବିହାରର ମୁଙ୍ଗେରରେ ମଧ୍ୟ ସମାନ ଘଟଣା ଘଟିଥିଲା। ୪୫ ଫୁଟ୍ର ଏକ ଗଭୀର ନଳକୂପରେ ସନା ଗିର ନାମକ ଶିଶୁ ପଡ଼ି ଯାଇଥିଲା। ୩୦ ଘଣ୍ଟା ପରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା।
ସେହିପରି ତାମିଲନାଡ଼ୁରେ ନାଗାପଟ୍ଟିମ୍ରେ ଗଭୀର ନଳକୂପର ୧୫ ଫୁଟ୍ ତଳେ ଦୁଇ ବର୍ଷର ଦୁଇଟି ପିଲା ଖସି ପଡ଼ିଥିଲେ। ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଜୀବିତ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ।
from Odisha Reporter https://ift.tt/2zK4SSU
No comments:
Post a Comment