ବଧୂବେଶରେ ବିସ୍ଫୋରକ ବୟାନ: ରାକ୍ଷୀ କହିଲେ ବାରବର୍ଷ ପୂର୍ବେ ତନୁଶ୍ରୀ ମତେ ବାରମ୍ବାର ଦୁଷ୍କର୍ମ କରିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ବଧୂବେଶରେ ବିସ୍ଫୋରକ ବୟାନ: ରାକ୍ଷୀ କହିଲେ ବାରବର୍ଷ ପୂର୍ବେ ତନୁଶ୍ରୀ ମତେ ବାରମ୍ବାର ଦୁଷ୍କର୍ମ କରିଥିଲେ

ନୂଆଦିଲ୍ଲୀ:ବଲିଉଡ୍‌ରେ ସୃଷ୍ଟି ହୋଇଥିବା #metoo ଝଡ଼ ଏବେ ଭିନ୍ନ ମୋଡ଼ ନେଇଛି। ଯୌନ ନିର୍ଯାତନା ନେଇ ପ୍ରଥମେ ନାନାପାଟେକରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଆଟମ୍‌ ଗର୍ଲ ରାକ୍ଷୀ ସାୱନ୍ତ ସମାଲୋଚନା  କରିବା ପରେ ଏବେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାକ୍ଷୀ ସାୱନ୍ତଙ୍କ ବିରୋଧରେ ତନୁଶ୍ରୀ ମାନହାନି ମାମଲା କରିବା ପରେ ଏହି ବିବାଦ ଆହୁରି ଘନେଇଛି। ତନୁଶ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାକ୍ଷୀ । କହିଛନ୍ତି ‘ମତେ ୧୨ ବର୍ଷ ପୂର୍ବରୁ ତନୁଶ୍ରୀ ଦତ୍ତ ଦୁଷ୍କର୍ମ କରିଥିଲେ।

ରାକ୍ଷୀ କହିଛନ୍ତି ଯେ, “ତନୁଶ୍ରୀ ଭିତରୁ ଜଣେ ପୁଅ ଅଟନ୍ତି। ସେ ମୋ ସହିତ ବାରମ୍ୱାର ଦୁଷ୍କର୍ମ କରିଛନ୍ତି। ସେ ଜଣେ ଲେସ୍‌ବିଆନ୍‌।”

ଏକ ସାମ୍ୱାଦିକ ସମ୍ମିଳନୀରେ ରାକ୍ଷୀ ଏମିତି ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ସେ ଆହୁରି କହିଛନ୍ତି ଯେ, “ ମୋ ସହିତ ଏମିତି କୁତ୍ସିତ ଘଟଣା ଘଟିଥିଲେ ମଧ୍ୟ ଏ କଥା କହିବା ପାଇଁ ମତେ ଖୁବ୍‌ ଲାଜ ଏବଂ ଦୁଃଖ ଲାଗୁଛି।

ଆଜକୁ ୧୨ ବର୍ଷ ପୂର୍ବେ ମୋ ସହିତ ବଳାତ୍କାର ହୋଇଥିଲା। ଜଣେ ଝିଅ ହୋଇଥିବା ସତ୍ତ୍ୱେ ଏପରି କଥା କହିବା ପାଇଁ ମତେ ଲାଜ ଲାଗୁଛି।”
ରାକ୍ଷୀ କହିଛନ୍ତି, “ମୋ ଆଖିରେ ଲୁହ ଅଛି ଏବଂ ମୋ ହୃଦୟ କଷ୍ଟ ପାଉଛି। ମୁଁ ଭିତରୁ କଷ୍ଟ ପାଉଥିଲେ ମଧ୍ୟ ମୋ ସହିତ ଘଟିଥିବା ନିର୍ଯାତନା ବିଷୟରେ ମୁଁ ମୁହଁ ଖୋଲୁ ନ ଥିଲି। କିନ୍ତୁ ବଲିଉଡ୍‌କୁ ବଦ୍‌ନାମ କରାଯାଉଛି। ସମସ୍ତ ଝିଅ ବହିଯାଉଥିବା ଗଙ୍ଗାରେ ହାତ ଧୋଉଛନ୍ତି। ଏଥିପାଇଁ ମୋତେ ଲାଗୁଛି।  ମୋର ମୁଁହ ଖୋଲିବାର ସମୟ ଆସିଛି ।

ମୁଁ ଯେଉଁ ସବୁ ଅନ୍ୟାୟ, ଅତ୍ୟାଚାରରେ ଶିକାର ହୋଇଥିଲି ସେ ବିଷୟରେ ମୁହଁ ନ ଖୋଲିବାକୁ ଧମକ ଦିଆଯାଇଥିଲା। ଏମିତିକି ଜୀବନରୁ ମାରି ଦିଆଯିବ ବୋଲି ଚେତାବନୀ ଦିଆଯାଥିଲା।

ପୁଲିସ୍‌ ଷ୍ଟେସନ୍‌ରେ ମୁଁ ମାମଲା ଦାୟର୍ କରିସାରିଛି। ତନୁଶ୍ରୀ ମତେ ବାରମ୍ୱାର ବଳାତ୍କାର କରିଛନ୍ତି।
ତାଙ୍କର କହିବା ଅନୁସାରେ, “ବହୁତ ‘ମି ଟୁ’ ‘ମି ଟୁ’ ହୋଇଗଲା। ବର୍ତ୍ତମାନ #shetoo ଲଗାଇବା ପାଇଁ ସମୟ ଆସିଛି। ସେ କହିଛନ୍ତି, ଆପଣଙ୍କୁ କ’ଣ ଲାଗୁଛି, ତନୁଶ୍ରୀ ଦତ୍ତ କ’ଣ ପାଇଁ ଲଣ୍ଡା ହୋଇଥିଲେ? ସେ ଜଣେ ଝିଅ ନୁହଁନ୍ତି ଭିତରୁ ସେ ଏକ ପୁଅ ଅଟନ୍ତି।

୧୨ ବର୍ଷ ପୂର୍ବରେ ସେ ମୋର ଭଲ ସାଙ୍ଗ ଥିଲେ ଏବଂ ମୋ ସହିତ ବାରମ୍ୱାର ଦୁଷ୍କର୍ମ କରିଥିଲେ। ମତେ ବିଭିନ୍ନ ପାର୍ଟିକୁ ନେଇ ଯାଉଥିଲେ। ଏହି କଥା ଲାଜରେ ମୁଁ ଆଜି ପର୍ଯ୍ୟନ୍ତ କହିପାରିନଥିଲି।” ତେବେ ସାମ୍ବାଦିକ ସମ୍ମିଳନୀରେ ରାକ୍ଷୀ ସଂସ୍କାରୀ ବେଶରେ ଥିବା ନଜରକୁ ଆସିଥିଲେ। ଏଥିରେ ତାଙ୍କୁ ବଧୂ ବେଶରେ ଥିବା ଦେଖିବାକୁ ମିଳିଥିଲା। ସୂଚନା ଯୋଗ୍ୟ ଯେ, ନାନା ପାଟେକର୍‌ଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ହେଲେ ଏହି ଅଭିଯୋଗକୁ ରାକ୍ଷୀ ସାୱନ୍ତ ମିଛ ବୋଲି କହି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ରାକ୍ଷୀ ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ତାଙ୍କ ଉପରେ ୧୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର୍‌ କରିଛନ୍ତି।



from Odisha Reporter https://ift.tt/2Atju9T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages