ନବୀନଙ୍କ ବିରୋଧରେ ବିଜେପିର ଯୁଦ୍ଧଂ ଦେହି ଡାକରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ନବୀନଙ୍କ ବିରୋଧରେ ବିଜେପିର ଯୁଦ୍ଧଂ ଦେହି ଡାକରା

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘ପ୍ରତାରଣା’ ଓ ‘ଦୁର୍ନୀତି’କୁ ପ୍ରସଙ୍ଗ କରି ଯୁଦ୍ଧଂ ଦେହି ଡାକରା ଦେଇଛି ବିଜେପି। ‘ଆୟୁଷ୍ମାନ ଭାରତ’କୁ ନା କହିବା ଓ ‘ଆମ ଗାଁ ଆମ ବିକାଶ’ ପରି ୫ଟି ଯୋଜନାରେ ରାଜ୍ୟ ସରକାରଙ୍କ ପ୍ରତାରଣା ସହ ଚିଟ୍‌ଫଣ୍ଡରୁ ଚାରା ଘୋଟାଲା ପର୍ଯ୍ୟନ୍ତ ୧୦ଟି ମେଗା ଦୁର୍ନୀତିକୁ ନେଇ ଲୋକଙ୍କ ପାଖକୁ ଯିବାକୁ ବିଜେପି ନିଷ୍ପତ୍ତି ନେଇଛି। ଏଥିପାଇଁ ଦଳ ଆଜି ଏଠାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ଏକ ଖସଡ଼ା ପ୍ରସ୍ତୁତ କରିଛି ।

ସେହିପରି ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନା ପ୍ରସଙ୍ଗକୁ ନେଇ ବି ନବୀନଙ୍କୁ ଟାର୍ଗେଟ କରିଛି ଦଳ।

ଓଡିଶାରେ ମୋଦି ଓ ଶାହ ଯୋଡ଼ି ଦେଇଯାଇଥିବା ‘ଦୁର୍ନୀତି’ ଅସ୍ତ୍ରକୁ ଲୋକଙ୍କ ପାଖକୁ ନେବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି। ସରକାରଙ୍କ ବିରୋଧରେ ୧୦ଟି ମେଗା ଦୁର୍ନୀତିକୁ ବାଛି ଲୋକଙ୍କ ପାଖକୁ ଯିବାକୁ ରାଜ୍ୟ କାର୍ଯ୍ୟକାରିଣୀରେ ରୋଡମ୍ୟାପ ପ୍ରସ୍ତୁତ ହୋଇଛି। ଏଥିରେ ଅଛି ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତିରୁ ଆରମ୍ଭ କରି ଏବେ ଏବେ ସରକାରଙ୍କୁ ଘାଇଲା କରିଥିବା ଚାରା, ସମବାୟ ଓ ଓମଫେଡ୍ ଦୁର୍ନୀତି।

ସେହପରି ୫ଟି ଯୋଜନାରେ ରାଜ୍ୟ ସରକାର ଲୋକଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରି ଜନମତ ସୃଷ୍ଟି ପାଇଁ ବି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି। ଏଥିରେ ଅଛି ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ଗ୍ରହଣ ନ କରିବା, ସରକାରୀ ଅର୍ଥରେ ‘ବିଜୁ ଯୁବବାହିନୀ’ ଗଠନ, ଆମଗାଁ ଆମ ବିକାଶ, ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଓ ଏସ୍ଏଚ୍‌ଜି ଗଠନ। ଏ ସବୁଥିରେ ନବୀନ ସରକାର ଲୋକଙ୍କୁ ପ୍ରତାରଣା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

କେବଳ ଖସଡ଼ା ପ୍ରସ୍ତୁତ ହୋଇନାହିଁ, ନିର୍ବାଚନ ପର୍ଯ୍ୟନ୍ତ ମେଗା ଦୁର୍ନୀତି ଓ ପ୍ରତାରଣାକୁ ପ୍ରସଙ୍ଗ କରି ବିଭିନ୍ନ ପର୍ଯ୍ୟାୟରେ ଦଳ ଆନ୍ଦୋଳନ କରିବାକୁ ଯୋଜନା କରିଛି।

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “ଡାଲି, ଛତୁଆ, ଖଣି, ଜମି, ପାଣି ଓ ବାଲି ଦୁର୍ନୀତି ସବୁଥିରେ ତୁମେ (ବିଜେଡି) ଅଛ। ନବୀନ ପଟ୍ଟନାୟକ ହେଲେ ଦୁର୍ନୀତିର ସୌଦାଗର। ତାଙ୍କ ବିରୋଧରେ ବିଜେପି ଜୋରଦାର ଲଢ଼େଇ କରିବ।”

ରାଜନୈତିକ ତୁତୁ ମେଁମେଁ

ବିଜେପିର ଏଭଳି ଅଭିଯୋଗ ସମ୍ପର୍କରେ ବିଜେଡି ତା’ର ସଫେଇ ଦେଇଛି। ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି, “ସେମାନେ କେବଳ କହି ହେଉଛନ୍ତି। ସେମାନଙ୍କ ପାଖରେ କିଛି କାର୍ଯ୍ୟକ୍ରମ ନାହିଁ ଯାହାକୁ ନେଇ ସେ ଲୋକଙ୍କ ପାଖକୁ ଯିବେ ଓ ତାହା ଗ୍ରହଣୀୟ ହେବ। ସେମାନେ ଲୋକଙ୍କ ପାଖରେ ନଥିଲେ, ଏବେ ଯିବାକୁ ଚେଷ୍ଟା କରୁଛନ୍ତି। ଯେଉଁମାନେ ଲୋକଙ୍କ ପାଖରେ ଅଛନ୍ତି, ସେମାନଙ୍କୁ ଭୋଟ ଦେବାକୁ ଲୋକେ ମନ ସ୍ଥିର କରିସାରିଛନ୍ତି।

କାର୍ଯ୍ୟକାରିଣୀରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଯୋଗ ଦେଇ ନବୀନଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ ବିକାଶରେ ବିଫଳ ଏହି ସରକାର ମହିଳାଙ୍କୁ ବି ସୁରକ୍ଷା ଦେଇପାରୁନାହାନ୍ତି। କୁପୋଷଣରେ ଓଡ଼ିଶା ଦେଶରେ ଏକ ନମ୍ବର ହୋଇଛି।”

୬୦ ପ୍ରତିଶତ ମହିଳା ଓ ଛୋଟ ପିଲା ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର ବୋଲି ନିଜେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି। ତଥାପି କାହିଁକି ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ କରାଯାଉନାହିଁ ବୋଲି ସ୍ମୃତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ବିଜେପିର ନେତା ଓ କର୍ମୀମାନେ ମଧ୍ୟପ୍ରଦେଶ, ହରିୟାଣା, ଆସାମ ଏବଂ ଉତ୍ତର ପ୍ରଦେଶରେ ମହିଳାଙ୍କ ସହ ଅସଦାଚରଣ କରି ଗିରଫ ହେଉଛନ୍ତି। ଏହା ଉପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତର ରଖିବେ କି ? ଏଠାକୁ ଆସି ମହିଳାଙ୍କ ସୁରକ୍ଷା ବିଷୟରେ କହିବା ଆଗରୁ ନିଜକୁ ଦେଖନ୍ତୁ।”

ବିଜେଡି ବିଜେପି ତୁତୁ ମେଁମେଁ ମଧ୍ୟରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ବର୍ତ୍ତମାନ ଯେଉଁ ରାଜ୍ୟରେ ଶାସନ କରୁଛନ୍ତି, ସେଠାରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ସେ ଓଡ଼ିଶାକୁ ଆଶା କ’ଣ ଦେଖାଉଛନ୍ତି ?”

କାର୍ଯ୍ୟକାରିଣୀରେ ତିନିମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯିବା ସହ ଦଳର ସାଂଗଠନିକ ସ୍ଥିତି ବାବଦରେ ବି ମାନସ ମନ୍ଥନ ହୋଇଥିଲା।



from Odisha Reporter https://ift.tt/2zX1sMF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages