ସ୍ଥିତି ପରଖିବାକୁ ପ୍ରଭାବିତ ଜିଲା ବୁଲିବେ ଏଇ ମନ୍ତ୍ରୀମାନେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ସ୍ଥିତି ପରଖିବାକୁ ପ୍ରଭାବିତ ଜିଲା ବୁଲିବେ ଏଇ ମନ୍ତ୍ରୀମାନେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିତ୍‌ଲି ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଛି। ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ବିଶେଷ କରି ଗଂଜାମ ଜିଲ୍ଲାରେ ପରିସ୍ଥିତି ଜଟିଳ ହୋଇଛି। ଆସ୍କା ସହର ଦେଇ ୭-୮ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ ଲୋକେ ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ବିଜୁଳୀ ସେବା ବନ୍ଦ ରଖାଯାଇଛି। ସେହିପରି ପୁରୁଷୋତ୍ତମପୁର ସହର ବି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଣୁ ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂ ପ୍ରଭାବିତ ଦକ୍ଷିଣ ଓଡ଼ିଶାର ଉପରୋକ୍ତ ଜିଲାକୁ ତୁରନ୍ତ ଯିବାଲାଗି ନିର୍ଦ୍ଦେଶ ହୋଇଛି। ସେଠାକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ରିଲିଫ୍‌ ଓ ଥଇଥାନା କାର୍ଯ୍ୟ  ତଦାରଖ କରିବାକୁ କୁହାଯାଇଛି।

ଜିଲ୍ଲାର ଧରାକୋଟ୍, ସୋରଡ଼ା, ଭଞ୍ଜନଗର, ହିଞ୍ଜିଳି ଆଦି ଅଞ୍ଚଳରେ ଅଧିକାଂଶ ଗାଁକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାର ପ୍ରମୁଖ ନଦୀ ଋଷିକୂଲ୍ୟା ଓ ବଡ଼ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ବନ୍ୟା ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି। ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲାରୁ ଫାୟାର ସର୍ଭିସ୍‌ର ୧୦ଟି ଅଧିକ ଟିମ୍ ପଠାଯାଇଛି । ତାଛଡ଼ା ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ର ମୋଟ ୬ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଗଜପତି ଜିଲ୍ଲାରେ ମହେନ୍ଦ୍ର ତନୟା ନଦୀ ଫୁଲୁଥିବା ବେଳେ ପାରଳା-ଗୋଷାଣୀ ରାସ୍ତାରେ ବଡ଼ ବଡ଼ ଗଛ ପଡ଼ିବା ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। SRCଙ୍କ ସୂଚନା ଅନୁଯାୟୀ, ୧୬ଟି ବ୍ଲକର ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି ୭୮ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏନ୍‌ଡିଆଏଫ୍‌ ୧୪ଟି ଓ ଓଡ୍ରାଫ୍‌ର ୧୨ଟି ଟିମ୍ ମୁତୟନ ହୋଇଛନ୍ତି। ସେହିପରି ଅଗ୍ନିଶମ କର୍ମଚାରୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ ପାଇଁ ନ୍ୟାଭିରର ୨ଟି ହେଲିକପ୍ଟର ସହାୟତା ମଗାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ  ପ୍ରସାଦ ପାଢ଼ୀ । ସେ କହିଛନ୍ତି, ତିତ୍‌ଲି ଗତିପଥ ପରିବର୍ତ୍ତନ କରିବାରୁ ପରିସ୍ଥିତି ସଂଗୀନ ହୋଇଛି। ଗଜପତି ଜିଲ୍ଲାରେ ବିଦ୍ୟୁତ ସଂଯୋଗ ଓ ରାସ୍ତା ସଫା ପାଇଁ ତିନି ଦିନ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2Ee2KHv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages