
ନୂଆଦିଲ୍ଲୀ: ବିଏସ୍ପି ନେତା ତଥା ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେ ଶେଷରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗୋଟିଏ ଦିନ ପାଇଁ ପୁଲିସ୍ ହେପାଜତକୁ ପଠାଇ ଦିଆଯାଇଛି। ଆଶିଷ ଓ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍ ସମ୍ମୁଖରେ ଅନ୍ୟ ଜଣେ ଯୁବତୀ ଓ ଯୁବକଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଉଥିବା ଦୃଶ୍ୟ ଭାଇରାଲ୍ ହୋଇଥିଲା।
ଘଟଣାଟି ୧୪ ତାରିଖରେ ଘଟିଥିବା ବେଳେ ସେବେଠାରୁ ପୁଲିସ୍ ଆଶିଷଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଖୋଜିବାରେ ଲାଗିଥିଲା। ତେବେ ସେ ଆଜି ସକାଳେ ନିଜେ ଆସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ଆଶିଷ ସୋଶାଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ମିଡିଆକୁ ସମସ୍ତ ଦୋଷ ଦେଇଛନ୍ତି। ସେ କହିଛନ୍ତି, “ମିଡିଆ ମୋତେ ଆତଙ୍କବାଦୀ ଭାବେ ଚିତ୍ରଣ କରିଛି। ପ୍ରକୃତରେ ଉକ୍ତ ଯୁବକ ଓ ଯୁବତୀ ହିଁ ମୋତେ ବାରମ୍ବାର ଧମକ ଚମକ ଦେଇଥିଲେ। ଆପଣମାନେ ଚାହିଁଲେ ସିସିଟିଭି ଫୁଟେଜ୍ ଓ ସେଠାରେ ଥିବା ହୋଟେଲ୍ ଷ୍ଟାଫ୍ଙ୍କୁ ଏ ସଂକ୍ରାନ୍ତରେ ପଚାରି ପାରିବେ।”
ଆଶିଷ ପାଣ୍ଡେ ତାଙ୍କ ଓକିଲ ଏସ୍ପିଏମ୍ ତ୍ରିପାଠୀଙ୍କ ଜରିଆରେ ଆତ୍ମସମର୍ପଣ ଆବେଦନ ଦାଖଲ କରିଛନ୍ତି। ସେ ଏଥିରେ କହିଛନ୍ତି, ପୂର୍ବତନ ବହୁଜନ ସମାଜ ପାର୍ଟି(ବିଏସ୍ପି) ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେଙ୍କ ବିରୋଧରେ ଭୁଲ୍ କ୍ରମେ ଏଫ୍ଆଇଆର୍ ଦିଆଯାଇଛି। ଏଥିସହ ତାଙ୍କ ବିରୋଧରେ ମିଡିଆ ଟ୍ରାଏଲ ମଧ୍ୟ ଚାଲିଛି। ଏବେ ଆଶିଷ କୋର୍ଟରେ ହାଜର ହେବାକୁ ଚାହୁଁଛନ୍ତି ଏବଂ ଦରକାର ପଡ଼ିଲେ ପୁଲିସ୍ ତାଙ୍କୁ ହେପାଜତକୁ ମଧ୍ୟ ନେଇପାରିବ ବୋଲି ଆବେଦନରେ ଦର୍ଶାଯାଇ ଥିଲା।
ବୁଧବାର କୋର୍ଟ ଆଶିଷଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନ ଜାରି କରିଥିଲେ।
ରବିବାର ସୋଶାଲ୍ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଆଶିଷ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍ ସମ୍ମୁଖରେ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗନ୍ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।
ସୌଜନ୍ୟ: TNN
from Odisha Reporter https://ift.tt/2PDBsvi
No comments:
Post a Comment