ଚିକେନ ବାବାଙ୍କର ଗୋଡ଼ ଘଷାର ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଚିକେନ ବାବାଙ୍କର ଗୋଡ଼ ଘଷାର ଫଟୋ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆତୁକୁରୁ ପାତୁକୁରୁ..ପାଇଟିକୁ ନ ପାରୁ, ବାବାଜି ହବାରୁ…”। ଏହି ଶବ୍ଦଗୁଡାକର ଅର୍ଥ ଆପଣ କୋଉ ଡିକ୍ସନାରିରୁ ପାଇବେ କି ନା ସେ କଥା ଆମେ କହି ପାରିବୁନି । କିନ୍ତୁ କଥାଟାକୁ ଠଉରେଇଲେ ଏତିକି ବୁଝି ପାରିବେ ଯେ, ଯିଏ ପାଇଟି ଅର୍ଥାତ୍‌ କାମକୁ ନ ପାରିଲା ସେ ବାବାଜି ହେଲା। ପେଟଟିଏ କାଢି ଅରୁଆ ଅନ୍ନ ଡାଲମା ମାଡ଼ କରି ବସିଲେ ଭକ୍ତ ଆସିଲେ। ଆଉ ଭକ୍ତ ଆସିଲେ ଚିକଣିଆ କଥା ପାଦ ଶୁଣିଲେ ତଳେ ପଡ଼ିବେ । ହେଲା ବେପାର। ହଇଓ ୟା, ଠୁ ଭଲ ବେପାର ଆଉ କ’ଣ ଅଛି କହନ୍ତୁ ତ ?

କଥାଟା ଅନେକାଂଶରେ ସତ। କିନ୍ତୁ ଆମେ ଯୋଉ ବାବାଙ୍କ କଥା କହୁଛୁ ସେ ବାବାଙ୍କ କଥା ଟିକେ ନିଆରା। ସେ ଭାରି ପାୱାରଫୁଲ, ପାଇଟି ତାଙ୍କ ବାଁ ହାତର ଖେଳ। ସେ ଯାହା କରି ପାରିବେ ତୁମ ଆମ ଭଳି ଲୋକତ ଦୂରର କଥା ଆମ ଚଉଦ ପୁରୁଷରେ ବି କେହି କରି ପାରିବେନି।

ସତ କହିବାକୁ ଗଲେ ବାବାଙ୍କ ଭିତରେ ସେ ହେଉଛନ୍ତି ବ୍ୟତିକ୍ରମ। ଚିକେନ୍‌ ଖାଇବାକୁ ଭଲ ପାଆନ୍ତି ବୋଲି ଲୋକେ ତାଙ୍କୁ ଚିକେନ୍‌ ବାବା ବି କୁହନ୍ତି। ଆପଣ ଏଥର ବୁଝିଯିବେଣି ଆମେ କାହା କଥା କହୁଛୁ ବୋଲି।

ଆଜି ହଠାତ୍‌ ବାବାଙ୍କ କଥା କହିବାର ଅଭିପ୍ରାୟ ଏହା ଯେ, ଚିକେନ୍‌ ବାବା ଓରଫ୍‌ ଆମ ଭୁବନେଶ୍ୱର ଏମ୍‌ପି ପ୍ରସନ୍ନ ପାଟସାହାଣି ମହୋଦୟଙ୍କର ଏକ ସୁନ୍ଦର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ନଜରକୁ ଆସିଲା।

ବାବା ଏକ ଫାଇବର ଚଉକିରେ ବସିଛନ୍ତି। ଚତୁପାର୍ଶ୍ଶରେ ଘଞ୍ଚ ବନାନୀ, ପାଖରେ ଖୋର୍ଦ୍ଧା ବିଧାୟକ … ଆଉ ଏମିତିକା ସ୍ଥିତିରେ ଜଣେ ଏକାନ୍ତ ଅନୁଗତ ବାବା ପ୍ରାସନ୍ନଙ୍କ ପାଦ ମଞ୍ଚାଳିବାରେ ବ୍ୟସ୍ତ। ଫଟୋରେ ବାବାଙ୍କ ରାଜକୀୟ ମୁଦ୍ରା ଦେଖି ଏବେ ଫେସ୍‌ବୁକ୍‌ ଆଉ ଟୁଇଟର୍‌ରେ ଖାଲି କମେଣ୍ଟ ମାଡ଼ ହଉଛି।

ହବନି କାହିଁକି ଯେ, ଯଦି …ମନ୍ତ୍ରୀ ମହୋଦୟ ଯଦି ନିଜ୍‌ ପିଏସଓଙ୍କୁ ଜୋତା ପିନ୍ଧାଇବାକୁ କହି ହଟହଟା ହେଇଥିଲେ ତେବେ ଇଏ ଏମିତି କିଏ କି? ଇଏ ପୁଣି ସୋଶାଲ ମିଡିଆ । ଯିଏ ଯାହା ପାଇଲା ଲେଖିଲା। ତାଙ୍କୁ ଅଟକେଇବ ଅବା କିଏ ?



from Odisha Reporter https://ift.tt/2yltv6z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages