
ଆବଶ୍ୟକ ସାମଗ୍ରୀ: ବୋନ୍ଲେସ୍ ବ୍ରେଷ୍ଟ ପିସ୍ ଚିକେନ୍, କର୍ନଫ୍ଲାୱାର୍ ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ଓ ରସୁଣ କଟା, ଭୃସୁଙ୍ଗ ପତ୍ର, ଭଜା ରାଶି, ରିଫାଇନ୍ ତେଲ ଓ ଲୁଣ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲଭାବେ ଧୋଇଦେବେ। ପରେ ଏହାକୁ ଛୋଟ ଓ ପତଳା କରି କାଟି ଦିଅନ୍ତୁ। ଏହାପରେ ଚିକେନ୍ରେ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ସେଥିରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସ୍ୱାଦ୍ ଅନୁଯାୟୀ ଲୁଣ ପକାଇ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ତା’ପରେ ସେଥିରେ କର୍ନଫ୍ଲୋର ଗୋଳାଇ ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଗୋଳା ହୋଇ ରହିଥିବା ଚିକେନ୍କୁ ଗୋଟି ଗୋଟି କରି ଫ୍ରାଏ କରନ୍ତୁ। ଚିକେନ୍ଗୁଡ଼ିକ ସୁନେଲି ରଙ୍ଗ ହେବା ଯାଏ ଫ୍ରାଏ କରନ୍ତୁ ଓ ତା’ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ଆଉ ଏକ କଡ଼େଇର ଅଳ୍ପ ତେଲ ଗରମ କରନ୍ତୁ, ବର୍ତ୍ତମାନ ଏଥିରେ କିଛି ଭୃସୁଙ୍ଗ ପତ୍ର, କଞ୍ଚା ଲଙ୍କା, ରସୁଣ ଓ ଅଦା କଟା ପକାଇ ଭାଜନ୍ତୁ। ଏହାପରେ ଏଥିରେ ଅଳ୍ପ ଟମାଟୋ ସସ୍ ,ମହୁ, କିଛି ଭଜା ରାଶି ଓ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ବର୍ତ୍ତମାନ ଏହାକୁ ୫ ମିନିଟ୍ ଫ୍ରାଏ କରି ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ‘କ୍ରିସ୍ପି ଚିକେନ୍ ହନି ଚିଲି’।
from Odisha Reporter https://ift.tt/2IwkbBq
No comments:
Post a Comment