କଂଗ୍ରେସର ଆଶଙ୍କା: ଗୋଆ ମୁଖ୍ୟମନ୍ତ୍ରୀ ଆଉ ଜୀବିତ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

କଂଗ୍ରେସର ଆଶଙ୍କା: ଗୋଆ ମୁଖ୍ୟମନ୍ତ୍ରୀ ଆଉ ଜୀବିତ ନାହାନ୍ତି

manohar parikar

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ସେ ଅଗ୍ନାଶୟ କ୍ୟାନସର ପୀଡ଼ିତ ଅଛନ୍ତି। ପାଣାଜି ସ୍ଥିତ ଘରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ବାସଭବନକୁ ଏକ ହସ୍ପିଟାଲରେ ପରିଣତ କରି ଦିଆଯାଇଛି। ଦିଲ୍ଲୀ ଏମ୍‌ସରୁ ଯିବା ପରେ ଏକ ଡାକ୍ତରୀ ଟିମ୍‌ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛି।

୧୪ ଅକ୍ଟୋବରରେ ସେ ଦିଲ୍ଲୀରୁ ଗୋଆ ଯିବା ପରେ ତାଙ୍କୁ ଆଉ କେହି ଦେଖିନାହାନ୍ତି। ପାରିକର କାହାକୁ ଦେଖା ନଦେବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଏହାସହ ପାରିକରଙ୍କ ପରଲୋକ ଘଟି ସାରିଛି ବୋଲି ଦଳ ଆଶଙ୍କା ପ୍ରକାଶ କରିଛି।

କଂଗ୍ରେସ ମୁଖପାତ୍ର ଜିତେନ୍ଦ୍ର ଦେଶପ୍ରଭୁ କହିଛନ୍ତି, “ଏହା ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ, ଆଦରଣୀୟ ମୁଖ୍ୟମନ୍ତ୍ରୀ ସମ୍ଭବତଃ ଆଉ ନାହାନ୍ତି।”

ଏହାସହ ଦଳ କହିଛି, ମୁଖ୍ୟମନ୍ତ୍ରୀଙ୍କ ଆଖପାଖରେ ରହୁଥିବା ଅଧିକାରୀଙ୍କର ଏକ ଗୋଷ୍ଠୀ ତାଙ୍କ ଅନୁପସ୍ଥିତିରେ ବେଆଇନ୍‌ ଭାବେ ନିଷ୍ପତ୍ତି ନେଉଛନ୍ତି। ଏଥିପାଇଁ ବିଜେପି ଓ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଗୋଆବାସୀଙ୍କ ସମ୍ମୁଖରେ ପ୍ରମାଣିତ କରନ୍ତୁ ଯେ ପାରିକର ଜୀବିତ ଅଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଆଶଙ୍କାକୁ ବିଜେପି ଖଣ୍ଡନ କରିଛି। କଂଗ୍ରେସର ଏପରି ବୟାନ ହତାଶଭାବ ବୋଲି ଦଳ କହିଛି।

ବିଜେପି ପକ୍ଷରୁ କୁହାଯାଇଛି, “ପାରିକରଙ୍କ ବାସଭବନରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଡାକ୍ତର ଓ ପାରାମେଡିକାଲ୍‌ ଷ୍ଟାଫ୍‌ ୨୪ ଘଣ୍ଟା ସେଠାରେ ଉପସ୍ଥିତ ରହୁଛନ୍ତି।”



from Odisha Reporter https://ift.tt/2zh09qG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages