
ଭୁବନେଶ୍ବର(ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଏବେ ନିଖୋଜ ହୋଇଯାଇଛନ୍ତି ବୋଲି ଚର୍ଚ୍ଚା।
ଶୁଣିବାକୁ ମିଳୁଛି, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ବିରୋଧ କରି ସମାନ୍ତରାଳ ଭାବେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏବେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ଡିଜିଟାଲ କାର୍ଡ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଛି। ଏହି କାର୍ଡ ବଣ୍ଟା କାର୍ଯ୍ୟରୁ ରାଜନୀତିକ ଫାଇଦା ନେବାକୁ ବିଜେଡି ଏବେ ରଣନୀତି ପ୍ରସ୍ତୁତ କରିଛି।
ତେବେ ଓଡ଼ିଶା ସରକାରଙ୍କ ଏହି ମେଗା ସ୍କିମରୁ ରାଜ୍ୟର ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କୁ କୁଆଡ଼େ ଦୂରେଇ ରଖାଯାଇଛି।
ଚର୍ଚ୍ଚା ହେଉଛି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଣଓଡ଼ିଆ ବାବୁଙ୍କୁ ଖୁସି କରିବାକୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଆଣି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଗଲା ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ବୋନସ୍ ଭାବେ ଅଜାଡ଼ି ଦିଆଗଲା।
ଏବେ କୁଆଡ଼େ ସେହି ବାବୁଙ୍କୁ ଆଉ ରାଜ୍ୟ ସରକାର ଭରସା କରିପାରୁନାହାନ୍ତି। ସେଇଥିପାଇଁ ଏବେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟରୁ ତାଙ୍କୁ ଦୂରେଇ ରଖାଯାଇଛି। ଏପରିକି ତାଙ୍କର ବିଦେଶ ଗସ୍ତର ବିଲ୍ ଭରଣା କରିବା ପାଇଁ ଆସିଥିବା ଏକ ଫାଇଲକୁ ଜାଣିଶୁଣି ପକାଇ ରଖାଯାଇଛି ବୋଲି ଚର୍ଚ୍ଚ।
from Odisha Reporter https://ift.tt/2yrtM8K
No comments:
Post a Comment