ଓଡ଼ିଶା ଛାଡ଼ିଲା ‘ମୌସୁମୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଓଡ଼ିଶା ଛାଡ଼ିଲା ‘ମୌସୁମୀ’

monsoon

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ମଧ୍ୟରେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଫେରିଯାଇଛି।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୮ ତାରିଖରେ ଓଡ଼ିଶା ଉପକୂଳ ଛୁଇଁଥିଲା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ଏକ ସ୍ୱତନ୍ତ୍ର ବୁଲେଟିନ୍ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡ଼ିଶାରୁ ଅକ୍ଟୋବର ୫ରେ ଫେରିଯାଇଛି।

ତେବେ ଦକ୍ଷିଣ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଅକ୍ଟୋବର ୮ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହା ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସୂତ୍ର ଅନୁସାରେ ଚଳିତ ମୌସୁମୀରେ ରାଜ୍ୟରେ ହାରାହାରି ୧୧.୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ୧୧ଟି ଜିଲ୍ଲାରେ ହାରାହାରି ୧୯ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବାବେଳେ ବାକି ୧୯ଟି ଜିଲ୍ଲାରେ ଜୁନ୍ ୧ରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ହୋଇଛି।



from Odisha Reporter https://ift.tt/2O8sKJ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages