କୁର୍ତ୍ତୀ ସହିତ ସିଲ୍କ୍‌ ଧୋତି ନବରାତ୍ରୀରେ ଆପଣଙ୍କୁ ଦେବ ନୂଆ ଲୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

କୁର୍ତ୍ତୀ ସହିତ ସିଲ୍କ୍‌ ଧୋତି ନବରାତ୍ରୀରେ ଆପଣଙ୍କୁ ଦେବ ନୂଆ ଲୁକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ନବରାତ୍ରୀ’ ଆରମ୍ଭ ହୋଇଛି, ଆଉ ଦଶହରା ପାଖେଇ ଆସୁଛି। ଏବେ ଘରେ ବାହାରେ ଫେଷ୍ଟିଭ୍‌ ମାହୋଲ୍‌। କେବଳ ମହିଳା ନୁହନ୍ତି, ପୁରୁଷମାନେ ମଧ୍ୟ ଦଶହରା ପୂଜାରେ କେଉଁପ୍ରକାର ଡ୍ରେସ୍‌ ପିନ୍ଧିବେ, ତାକୁ ନେଇ ତର୍ଜ୍ଜମା ଆରମ୍ଭ କରିଛନ୍ତି।
ପୂଜା ବଜାରକୁ ମଧ୍ୟ ବିଭିନ୍ନ ଫ୍ୟାଶନେବଲ୍‌ ଡ୍ରେସ୍‌ ଆସିଛି।

ତେବେ ପୂଜାରେ ପୁରୁଷଙ୍କ ପାଇଁ ବିଭିନ୍ନ ଫ୍ୟାଶନେବଲ୍‌ ଡ୍ରେସ୍‌ ସମ୍ପର୍କରେ ଆମେ ଆପଣଙ୍କୁ କିଛି ଟିପ୍ସ୍ ଦେବୁ।

ସିଲ୍କ୍‌ ଧୋତି: ଧୋତି ବିଭିନ୍ନ ପ୍ରକାରର ଅଛି। ତେବେ ପୂଜା ବଜାରକୁ ଏବେ ଆସିଛି ସିଲ୍କ୍‌ ଧୋତି। ଏହା ପୁରୁଷଙ୍କୁ ଏକ ନୂଆ ଲୁକ୍‌ ଦେଉଛି। ଏହି ଧୋତିକୁ ପିନ୍ଧିବା ପାଇଁ ଆପଣଙ୍କୁ ସେମିତି କିଛି ପରିଶ୍ରମ କରିବାକୁ ପଡ଼ିବ ନାହିଁ। ପିନ୍ଧା ଷ୍ଟାଇଲ୍‌ରେ ଏହି ଧୋତି ସିଲାଇ ହୋଇ ବଜାରରେ ମିଳୁଛି। ଲାଇଟ୍‌ କଲର୍‌ର ସିଲ୍କ୍‌ ଧୋତିରେ ଆପଣ ଗାଢ଼ ରଙ୍ଗର କୁର୍ତ୍ତୀ ପିନ୍ଧି ପାରିବେ। ଏହା ଆପଣଙ୍କୁ ପୂଜାରେ ନୂଆ ଲୁକ୍‌ ଦେବ।
ପଟିଆଲା ସାଲୱାର୍‌: ପଟିଆଲା ସାଲ୍‌ୱାର୍‌ ସହିତ କୁର୍ତ୍ତା ପୁରୁଷଙ୍କୁ ଖୁବ୍‌ ମାନିଥାଏ। ଧୋତି ତୁଳନାରେ ଏହାକୁ ପିନ୍ଧିବା ସହଜ। ଏହା ସହିତ ଆପଣ ପଟିଆଲା କୁର୍ତ୍ତା ମଧ୍ୟ ପିନ୍ଧି ପାରିବେ।
ଯୋଦ୍ଧପୁରୀ ପ୍ୟାଣ୍ଟ୍‌ସ୍‌: ଯଦି ଆପଣଙ୍କ ପାଖରେ ପ୍ରିଣ୍ଟେଡ୍‌ ବ୍ଲେଜର୍‌ ଅଛି, ତେବେ ଏହା ସହିତ ଆପଣ ଦଶହରା ବଜାରକୁ ଆସିଥିବା ଯୋଦ୍ଧପୁରୀ ପ୍ୟାଣ୍ଟ୍‌ସ୍‌ ପିନ୍ଧିପାରିବେ। ଆପଣ ଏହାକୁ ସର୍ଟ କୁର୍ତ୍ତୀ ସହ ମଧ୍ୟ ପିନ୍ଧିପାରିବେ। ଯାହା ଆପଣଙ୍କୁ ଏକ ସ୍ମାର୍ଟ ଲୁକ୍‌ ଦେବ।



from Odisha Reporter https://ift.tt/2OVPYBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages