
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ନିକଟରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ପ୍ରଶାନ୍ତ ନନ୍ଦଙ୍କପୁଅଙ୍କ ଗାଡ଼ି ଉପରେ ବୋମାମାଡ଼ ହୋଇଛି। କେହି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିବା ପରେ ଫେରାର ହୋଇଯାଇଛି।
ବୋମା ମାଡ଼ରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି।
ଆକ୍ରମଣକାରୀଙ୍କୁ ଧରିବାକୁ ପୁଲିସ୍ ତନାଘନା ଆରମ୍ଭ କରିଛି।
ତେବେ କାହିଁକି ଓ କିଏ ବୋମାମାଡ଼ କଲେ ଓ କେତେ ଜଣ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ ଏହି ବୋମାମାଡ଼ ଘଟଣା ପଛରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ହାତ ଥାଇପାରେ ବୋଲି ଅଭିଯୋଗ ହେଉଛି।
ଘଟଣାକୁ ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter https://ift.tt/2NT51fu
No comments:
Post a Comment