
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକ ଦୁର୍ଘଟଣାରେ ସମସ୍ତ ୬ ମୃତକଙ୍କ ପରିଚୟ ମିଳିଛି।
ପ୍ରାଣ ହରାଇଥିବା ଦୁଇ ବାଇକ୍ ଆରୋହୀ ହେଲେ ପ୍ରଭାକର ପ୍ରଧାନ (୩୫) ଓ ଲକ୍ଷ୍ମୀପ୍ରିୟା ପ୍ରଧାନ (୬୦)। ସେମାନଙ୍କର ଘର ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରରେ।
ସେହିପରି ଅନ୍ୟ ଚାରି ଜଣ ହେଲେ ଅନିରୁଦ୍ଧ ବାରିକ, ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ବାରିକ, ସେମାନଙ୍କର ତିନି ବର୍ଷର ଝିଅ ଶ୍ରୀୟା ଓ ୫୦ ବର୍ଷୀୟ ନେତ୍ରମଣି ବେହେରା। ଅନିରୁଦ୍ଧଙ୍କ ଘର ପିପିଲି ଥାନା ଅନ୍ତର୍ଗତ ନିର୍ମାଳ ଗାଁରେ। ଏମାନେ ସମସ୍ତେ କାର୍ରେ ଯାଉଥିଲେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଉତ୍ତରାଛକର ସିଫା ନିକଟରେ କାର୍ଟି ବାଇକ୍ଟିକୁ ଧକ୍କା ଦେଇଥିଲା। ଏହା ପରେ କାର୍ଟି ପାଖ ନାଳକୁ ଓଲଟି ପଡ଼ିଥିଲା। କାରଟି ନାଳ ପାଣିରେ ପୂରା ବୁଡ଼ି ଯାଇଥିଲା। ତେଣୁ ସେଥିରେ ବସିଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଧକ୍କା ଖାଇବା ପରେ ବାଇକ୍ରେ ଆସୁଥିବା ପ୍ରଭାକର ଓ ଲକ୍ଷ୍ମୀପ୍ରିୟାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
from Odisha Reporter https://ift.tt/2NT55am
No comments:
Post a Comment