ୱେବ୍‌ ସିରିଜ୍‌ରେ ରୋମାନ୍ସ କରିବେ ‘ଇସିତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ୱେବ୍‌ ସିରିଜ୍‌ରେ ରୋମାନ୍ସ କରିବେ ‘ଇସିତା’

ମୁମ୍ବାଇ: ‘ୟେ ହୈ ମହୋବତୈ’ ଫେମ୍‌ ଦିବ୍ୟଙ୍କା ତ୍ରିପାଠୀ ନିଜର ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ମନ କିଣିଛନ୍ତି। ଏବେ ସେ ପୁଣି ନିଜ ଜଲୱା ଦେଖେଇବା ପାଇଁ ଏକ ନୂଆ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଆଜ୍ଞା ହଁ, ସେ ଏବେ ପ୍ରଥମଥର ୱେବ୍ ସିରିଜ୍‌ରେ ଡେବ୍ୟୁ କରୁଛନ୍ତି। ତାଙ୍କୁ ଏହି ସୁଯୋଗ ଦେଉଛନ୍ତି ଏକ୍‌ତା କପୁର।

ଖବର ଆସୁଛି ଦିବ୍ୟଙ୍କା ଅଭିନୟ କରୁଥିବା ବହୁ ଲୋକପ୍ରିୟ ଶୋ’ ‘ୟେ ହୈ ମହୋବତୈ’ ବହୁ ଜଲ୍‌ଦି ବନ୍ଦ ହେବାକୁ ଯାଉଛି। ତା’ପରେ ଦିବ୍ୟଙ୍କା ଏକ୍‌ତା ଡିଜିଟାଲ୍‌ ପ୍ଲାଟ୍‌ ଫର୍ମ Alt balajiର ଏକ ନୂଆ ୱେବ୍‌ ସିରିଜ୍‌ ‘ସୈଫ୍‌’ରେ ନଜର ଆସିବେ। ଏହି ସିରିଜ୍‌ରେ ଦିବ୍ୟଙ୍କା ଅଭିନେତା ରାଜୀବ ଖଣ୍ଡେଲୱାଲାଙ୍କ ସହ ରୋମାନ୍ସ କରିବେ।

ରିପୋର୍ଟ ମୁତାବକ ରାଜୀବ ଏହା ପୂର୍ବରୁ Alt balajiର ୱେବ୍‌ ସିରିଜ୍‌ ‘ହକ୍‌’ରେ ନଜର ଆସିଥିଲେ।  ପୁଣିଥରେ ଏକତାଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ ହୋଇଗଲେଣି।

‘ସୈଫ୍‌’ର କାହାଣୀ ଏକ ଲଭ୍‌ ଷ୍ଟୋରୀ ଉପରେ ଆଧାରିତ। ଏହାର କାହାଣୀ କମେଡି ସହ ଇମୋସନାଲ୍‌ କରିଦେଲା ଭଳି।  ଏହି ସିରିଜ୍‌ ଚଳିତ ବର୍ଷ ଶେଷ ସୁଧା ଲଞ୍ଚ୍‌ ହେବ ବୋଲି ଆଶା କରାଯାଉଛି। ସିରିଜ୍‌କୁ ଲେଖିଛନ୍ତି ଜୟା ମିଶ୍ରା।

ଏହା ପୂର୍ବରୁ ଏକ୍‌ତା କପୁର ଏକ ଟ୍ୱିଟ୍‌ କରି ‘ସୈଫ୍‌’ ବିଷୟରେ ଜଣାଇଥିଲେ। ସେ ଲେଖିଥିଲେ, ସିରିଜ୍‌ରେ ଦୁଇ ସୈଫ୍‌ଙ୍କ ଲଭ୍‌ ଷ୍ଟୋରୀ ଦେଖିବାକୁ ମିଳିବ।

ରାଜୀବ୍‌ଙ୍କୁ ଶେଷଥର ପାଇଁ ଜି ଟିଭି ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘ଜଜ୍‌ବାଦ୍‌’ରେ ଦେଖିବାକୁ ମିଲିଥିଲା। ଏହି ଶୋ’କୁ ଖୁବ୍‌ ଲୋକପ୍ରିୟତା ମିଳିଥିଲା।



from Odisha Reporter https://ift.tt/2q1AfCR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages