ମୋବାଇଲ୍‌ ଫ୍ଲିପ୍‌ କଭର୍‌ରେ ଏମିତି ଆଣୁଥିଲେ ସୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ମୋବାଇଲ୍‌ ଫ୍ଲିପ୍‌ କଭର୍‌ରେ ଏମିତି ଆଣୁଥିଲେ ସୁନା

ମୁମ୍ବାଇ: ବେଆଇନ ଭାବେ ସୁନା ଚାଲାଣ କରିବାର ବିଭିନ୍ନ ଉପାୟକୁ ନେଇ ସବୁ ସମୟରେ ଚର୍ଚ୍ଚା ଲାଗି ରହିଥାଏ। କେତେବେଳେ ଗ୍ରାଇଣ୍ଡର ଭିତରେ ତ କେତେବେଳେ ମଳଦ୍ୱାର ଭଳି ଅବିଶ୍ୱସନୀୟ ସ୍ଥାନରେ। କିନ୍ତୁ ସବୁଥର ପୁଲିସ୍‌ ନଜରରୁ ଏସବୁ ଖସିବା ମୁସ୍କିଲ ହୋଇଥାଏ ଏବଂ ସୁନା ଚାଲାଣ ଧରାପଡ଼ିବା ପରେ ଅପରାଧିଙ୍କ ରୋଚକ କାହାଣୀ ସାମ୍ନାକୁ ଆସିଥାଏ।

ଗତକାଲି ମୁମ୍ବାଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ଘଟିଛି ଏମିତି ଏକ ଘଟଣା। ଜଣେ ବ୍ୟକ୍ତି ମୋବାଇଲ୍‌ ଫ୍ଲିପ୍‌ କଭର୍‌ରେ ହିଁ ଅଭିନବ ଉପାୟରେ ଏକାଥରେ ୨୯୯୭ ଗ୍ରାମ୍‌ର ସୁନା ସହିତ ଯାତ୍ରା କରୁଥିଲା।

ଗୁଇନ୍ଦା ଅଧିକାରୀଙ୍କ ସନ୍ଦେହରେ ଆସି ଧରାପଡ଼ିଥିବା ଏହି ଅଭିଯୁକ୍ତଙ୍କ ନାମ ଜିତେନ୍ଦ୍ର ସୋଲାଙ୍କି ବୋଲି ଜଣାପଡ଼ିଛି। ଜବତ ହୋଇଥିବା ସୁନାର ମୂଲ୍ୟ ୮୭, ୫୧,୨୧୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।



from Odisha Reporter https://ift.tt/2CIZCAT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages