ତିତ୍‌ଲି ତାଣ୍ଡବ: ବଢ଼ୁଛି ମୃତ୍ୟୁ ସଂଖ୍ୟା, ଗଜପତିରେ ଲୋମଟାଙ୍କୁରା ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ତିତ୍‌ଲି ତାଣ୍ଡବ: ବଢ଼ୁଛି ମୃତ୍ୟୁ ସଂଖ୍ୟା, ଗଜପତିରେ ଲୋମଟାଙ୍କୁରା ଦୃଶ୍ୟ

gajapati

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍ଲି ଚାଲିଗଲା। ଗଜପତି ଜିଲ୍ଲାକୁ କରିଦେଇ ଗଲା ଛାରଖାର। ଦିନ ଗଡ଼ିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଲୋମଟାଙ୍କୁରା ଦୃଶ୍ୟ। ପ୍ରତିଦିନ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା।
ନିଖୋଜଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ କଇଁପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ବି ନିଖୋଜ ଥିଲା ୧୭ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି।

ଆଦିବାସୀଙ୍କୁ ପ୍ରକୃତିର ସନ୍ତାନ ବୋଲି କୁହାଯାଇଥାଏ। ହେଲେ ସେହି ପ୍ରକୃତି ସେମାନଙ୍କ ଉପରେ ଦାଉ ସାଧିଛି। ତିତ୍‌ଲି ରୂପରେ ଆସି ଛାରଖାର କରିଦେଇଛି ଗଜପତି ଜିଲ୍ଲାର ଆଦିବାସୀ ଲୋକଙ୍କ ଜୀବନ। ଦିନ ଯେତିକି ଗଡୁଛି, ଚିତ୍ର ସେତିକି ସ୍ପଷ୍ଟ ହେବାରେ ଲାଗିଛି। ବାରଘର ଗାଁ ଭଳି, ଗଜପତି ଜିଲ୍ଲାର ଦୁର୍ଗମ ଲକ୍ଷ୍ମୀପୁର ଓ କଇଁପୁର ପଞ୍ଚାୟତର ବିଭିନ୍ନ ଗାଁରେ ବି ୧୭ ଜଣ ପାଣିରେ ଭାସି ଯାଇଥିବା ଖବର ଆସିଛି।

କଇଁପୁର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଉପରେ ପଡ଼ିଛି ବିରାଟ ବିରାଟ ଗଛ। ଏହାକୁ ପାରି ହେବା କାଠିକର ବ୍ୟାପାର ହୋଇଛି। ଯେଉଁଠି ରାସ୍ତା ସରିଛି ସେଠି ପ୍ରବାହିତ ହେଉଛି ନଈ। ନଈ ହଠାତ୍ କେଉଁଠୁ ଆସିଲା ତାହା ଜାଣିନାହାନ୍ତି ସ୍ଥାନୀୟ ଲୋକେ।

ଉପାୟଶୂନ୍ୟ ହୋଇ ଏମିତି ଅଜଣା ନଈ ପାର ହୋଇ ଘରକୁ ଫେରୁଛନ୍ତି ବାତ୍ୟା ପୂର୍ବରୁ ଗାଁ ଛାଡ଼ି ବାହାରକୁ ଯାଇଥିବା କଇଁପୁର ବାସିନ୍ଦା। କୁହାଯାଉଛି, ଏହା ନୂଆ ନଈ ନୁହେଁ। ବାତ୍ୟା ଓ ଏହା ପରର ବର୍ଷା ଯୋଗୁ ମହେନ୍ଦ୍ରତନୟା ନଦୀ ତା’ର ଗଚିପଥ ବଦଳାଇ ଦେଇଛି।

ସେହିପରି ରଞ୍ଜାସାହି ନାମକ ଗାଁର ଅବସ୍ଥା ନକହିବା ଭଲ। ତିତ୍‌ଲିର ତାଣ୍ଡବରେ ଛିନଛତ୍ର ହୋଇଯାଇଛି ପୂରା ଗାଁ। ୫ ଦିନ ହେଲାଣି ଖାଡ଼ା ଉପାସରେ ପିଲାଠୁ ବୁଢ଼ା ସମସ୍ତେ ରହିଛନ୍ତି। କାହାରି ଘରେ ଚୂଲି ଜଳିନି। ପିଲାଙ୍କ ମୁହଁରେ କେମିତି ମୁଠେ ଦାନା ପଡ଼ିବ ସେଇ ଚିନ୍ତାରେ ଘାରି ହେଉଛନ୍ତି ଗାଁ ଲୋକେ।

ବାତ୍ୟା ଓ ବନ୍ୟାରେ କଇଁପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେଥିମଧ୍ୟରୁ ମାଡ଼ା ଗାଁରେ ୯ ଜଣଙ୍କ ମଧ୍ୟରୁ ୨ଟି ମୃତଦେହ ମିଳିଛି। ସେହିଭଳି ମାଡଓ୍ୱାରେ ୨, ଅଡାଲିଙ୍ଗିରେ ୨, ସୁଆବାଲାଙ୍ଗସାହିରେ ୨ ଓ ଅଣ୍ଡରଘାଇରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି। ଅନେକ ସ୍ଥାନରେ ଗାଁ ଲୋକେ ମୃତଦେହ ଉଦ୍ଧାର କରି ନିଜେ ସତ୍କାର କରି ଦେଇଛନ୍ତି। ଆତାମପୁର ନାମକ ଗାଁ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି।

ଅନ୍ୟପକ୍ଷରେ ବାତ୍ୟା ଯିବାର ୪ ଦିନ ବିତି ଯାଇଥିଲେ ବି, ଏ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଏସବୁ ଗାଁରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଏପରିକି ଲୋକଙ୍କ ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚି ନଥିବା ମଧ୍ୟ ଜଣାପଡ଼ିଛି।



from Odisha Reporter https://ift.tt/2P1EZ9H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages