ଗାଁକୁ ଗାଁ ବୁଲୁଛି ରକ୍ତମୁଖା ସୁନ୍ଦରୀ: ରାତି ଅନ୍ଧାରରେ ଠାବ ହେଲା ଗତିବିଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଗାଁକୁ ଗାଁ ବୁଲୁଛି ରକ୍ତମୁଖା ସୁନ୍ଦରୀ: ରାତି ଅନ୍ଧାରରେ ଠାବ ହେଲା ଗତିବିଧି

tiger

ଅନୁଗୋଳ (ବିରଜା ଦାସ): ରକ୍ତମୁଖା ବାଘୁଣୀ ସୁନ୍ଦରୀ ଆଜି ଏ ଗାଁ ପାଖରେ ତ କାଲି ସେ ଗାଁ ପାଖରେ। ଘୁରି ବୁଲି କରି ଚାଲିଛି ଗୋଟିଏ ପରେ ଗୋଟିଏ ଶିକାର। ସୁନ୍ଦରୀ ହାବୁଡ଼ରେ ପଡ଼ିଯିବା ଭୟରେ ଥରହର ହେଉଛନ୍ତି ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳର ଲୋକେ।

ଗତକାଲି ରାତିର ଅନ୍ଧାରରେ ସୁନ୍ଦରୀର ଗତିବିଧି ଠାବ କରାଯାଇଛି। ଏବେ ଅନ୍ତର୍ଗତ କୁମୁରୀ ଗାଁ ପାଖରେ ସୁନ୍ଦରୀ ଘୁରି ବୁଲୁଛି। ଗତକାଲି ଏହି ଗାଁରେ ଏକ ବଳଦକୁ ଶିକାର କରିଥିଲା ବାଘୁଣୀ। ସେବେଠାରୁ ଗାଁ ପାଖ ଜଙ୍ଗଲରେ ଏପଟ ସେପଟ ହେଉଛି। ଯାହା ଗାଁରେ ଆତଙ୍କ ଖେଳାଇ ଦେଇଛି। ଲୋକେ ଘରୁ ବାହାରିବାକୁ ମଧ୍ୟ ନିରାପଦ ମଣୁନାହାନ୍ତି।

ରବିବାର ଟାଇଁସି ଗାଁରେ ଜଣେ ଲୋକକୁ ସୁନ୍ଦରୀ ମାରି ଖାଇଯାଇଥିଲା। ଗତକାଲି ବଳଦ ଖାଇଦେଲା। ଏହାକୁ ନେଇ ପୂରା ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ସୁନ୍ଦରୀକୁ ତୁରନ୍ତ ସାତକୋଶିଆରୁ ହଟାଇବାକୁ ଦାବି ଜୋର ଧରିବାରେ ଲାଗିଛି। ଟାଇଁସି ଗାଁରେ ସୁନ୍ଦରୀ ମଣିଷ ମାରିବା ପରେ ପୂରା ଅଞ୍ଚଳରେ ନିଆଁ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ଶବ ରାସ୍ତାରେ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ରାସ୍ତା ଅବରୋଧରେ ସୀମିତ ରହିନାହିଁ ଲୋକଙ୍କ ଅସନ୍ତୋଷ। ଲୋକଙ୍କ ଆକ୍ରୋଶ ପ୍ରଶାସନିକ ଅଧିକାରୀଙ୍କ ପରେ ମଧ୍ୟ ପଡ଼ିଛି। ଲୋକଙ୍କ ଢେଲାମାଡ଼ରେ ୩ ଜଣ ପ୍ରଶାସନିକ ଅଧିକାରୀ ଆହତ ହୋଇଛନ୍ତି। ଅସନ୍ତୋଷକୁ କାବୁ କରିବାକୁ ପୁଲିସ ମୃଦୁ ଲାଠି ଚାଳନା କରିବା ସହ ଗ୍ୟାସ୍‌ ପ୍ରୟୋଗ କରିଛି।

ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ବିଗୁଡୁ ଥିବାରୁ ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଚିଠି ଲେଖି ତୁରନ୍ତ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି।

ସେହିପରି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତିର ଦାବି ଓ ଅଭିଯୋଗ ପରେ ବାଘୁଣୀକୁ ଏଠାରୁ ସ୍ଥାନାନ୍ତର ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ମଧ୍ୟ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନ୍ୟପକ୍ଷରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ସକାଳେ ଟାଇଁସି ଗାଁରେ ସୁନ୍ଦରୀ ମଣିଷ ମାରିବା ପରେ ରାତିରେ ଭୁବନେଶ୍ୱର ଓ ଶିମିଳିପାଳରୁ ୨ଟି ଟିମ୍ ଆବଶ୍ୟକ ସାଜ ସରଞ୍ଜାମ ଧରି ଅନୁଗୋଳରେ ପହଞ୍ଚିଥିଲେ ଟ୍ରାଙ୍କୁଲାଇଜ୍‌ କରିବାକୁ। ତେବେ ଅଞ୍ଚଳରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ସୋମବାର ବିଶେଷଜ୍ଞ ଟିମ୍‌ ଗାଁ ମଧ୍ୟକୁ ପ୍ରବେଶ କରିପାରି ନଥିଲେ। ତେବେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ତା’ର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖାଯାଇଛି।

ଯେତେ ଶୀଘ୍ର ସମ୍ଭବ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି ସାତକୋଶିଆ ଅଞ୍ଚଳରୁ ସ୍ଥାନାନ୍ତର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା, କେବେ ସୁନ୍ଦରୀକୁ ବନ ବିଭାଗ କାବୁ କରିବ ଓ କେବେ ତା’ ଆତଙ୍କର ଅନ୍ତ ଘଟିବ।



from Odisha Reporter https://ift.tt/2R2Ge5Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages