ଚାକିରି ସୃଷ୍ଟି କରିବାରେ ବିଜେଡି ସରକାରଙ୍କ ବିଫଳତାକୁ ନେଇ ନିରଞ୍ଜନଙ୍କ କଟାକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଚାକିରି ସୃଷ୍ଟି କରିବାରେ ବିଜେଡି ସରକାରଙ୍କ ବିଫଳତାକୁ ନେଇ ନିରଞ୍ଜନଙ୍କ କଟାକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୨୯ଲକ୍ଷ ନୂଆ ଚାକିରିର ଆବଶ୍ୟକତା ଥିବାବେଳେ ବିଜେଡି ସରକାର ଗୋଟିଏ ବି ଚାକିରି ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେଇନି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିବା ସଙ୍ଗେ ସଙ୍ଗେ ଚାକିରି ଅନ୍ୱେଷଣରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଓଡ଼ିଆ ରାଜ୍ୟ ବାହାରକୁ ପଳାୟନ କରୁଥିବା ତଥ୍ୟକୁ ନେଇ କଟାକ୍ଷ କରିଛନ୍ତି।

ଓଡ଼ିଶାରେ ୨୯ଲକ୍ଷ ନୂଆ ଚାକିରିର ଆବଶ୍ୟକତା ଥିବା ନେଇ ପିଡବ୍ଲ୍ୟୁସି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ରାଜ୍ୟରେ ଯେଉଁ ସବୁ ଶିଳ୍ପ ଥିଲା ତାକୁ ନଷ୍ଟ କରିଥିବାବେଳେ ଶିଳ୍ପ ପ୍ରତି ବୈମାତୃକ ମନୋଭାବ ଯୋଗୁ ବିଜେଡି ସରକାର ଗୋଟିଏ ବି ଚାକିରି ସୃଷ୍ଟି କରିପାରିନି। ଚାକିରି ଆଶାରେ ଓଡ଼ିଶାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଓଡ଼ିଆ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି। ଗତ ୧୮ବର୍ଷ ଧରି ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ବିଜେଡି ସରକାର ଯୋଗୁ ରାଜ୍ୟରେ କିଭଳି ବିକାଶ ହୋଇଛି ତାହା ଏଥିରୁ ଜଣାପଡ଼ୁଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୦୭ ମସିହାରେ ଚାକିରି ଅନ୍ୱେଷଣରେ ୫୫ହଜାର ଲୋକ ରାଜ୍ୟ ବାହାରକୁ ଯାଇଥିବାବେଳେ ୨୦୦୮ ମସିହାରେ ୮୭ହଜାର, ୨୦୧୨ ମସିହାରେ ୧ଲକ୍ଷ ୫ହଜାର, ୨୦୧୩ରେ ୧ଲକ୍ଷ ୨୦ହଜାର, ୨୦୧୪ରେ ୧ଲକ୍ଷ ୩୫ହଜାର ଓ ୨୦୧୫ରେ ୧ଲକ୍ଷ ୪୬ହଜାର ଲୋକ ରାଜ୍ୟ ବାହାରକୁ ଚାକିରି ଅନ୍ୱେଷଣରେ ଯାଇଛନ୍ତି। ଏହା ବିଜେଡି ସରକାର ଦ୍ୱାରା ରାଜ୍ୟରେ ରୋଜଗାର ସୃଷ୍ଟି ଦିଗରେ ପଦକ୍ଷେପର ନଗ୍ନ ଚିତ୍ର ବୋଲି ନିରଞ୍ଜନ କଟାକ୍ଷ କରି କହିଛନ୍ତି।
ଚାକିରୀ



from Odisha Reporter https://ift.tt/2Sx3ydv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages