କାହିଁକି ବାତ୍ୟାର ନାମକରଣ ସୁନ୍ଦରୀ ନାରୀମାନଙ୍କ ଭଳି ହୋଇଥାଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

କାହିଁକି ବାତ୍ୟାର ନାମକରଣ ସୁନ୍ଦରୀ ନାରୀମାନଙ୍କ ଭଳି ହୋଇଥାଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କ୍ୟାଟ୍ରିନା’, ‘ଲିଜ୍ଜା’, ‘ଲେହର୍‌’, ‘ବୁଲ୍‌ବୁଲ୍‌’, ‘ମେଘା’ ଆଉ ଏବେ ‘ତିତ୍‌ଲି’। ଏହି ନାଁଗୁଡ଼ିକ କୌଣସି ହିନ୍ଦୀ ସିନେମାର ସୁନ୍ଦରୀ ଅଭିନେତ୍ରୀ କିମ୍ବା ଆଇଟମ୍‌ ଗାର୍ଲଙ୍କ ନାଁ ଭଳି। ହେଲେ ଶୁଣିବାକୁ ଖୁବ୍‌ ମିଠା ଲାଗୁଥିବା ଏହି ନାଁଗୁଡ଼ିକ କିନ୍ତୁ ପ୍ରକୃତପକ୍ଷେ ଭାରି ଭୟଙ୍କର। ଏବେ ଆନ୍ଧ୍ର-ଓଡ଼ିଶାକୁ ଥରହର କରିଥିବା ‘ତିତ୍‌ଲି’ ଏଭଳି ଭୟଙ୍କର ନାଁ ଗୁଡ଼ିକ ମଧ୍ୟରେ ଅନ୍ୟତମ। ‘ତିତ୍‌ଲି’ ଅର୍ଥ ହେଉଛି ପ୍ରଜାପତି।

ତେବେ କେବେ ଭାବିଛନ୍ତି, ଏଭଳି ବାତ୍ୟାର ନାମ କିଏ ଦିଏ ? କେମିତି ଏହି ନାମ ସବୁ ଚୟନ ହୋଇଥାଏ?

ଆତଙ୍କ ସୃଷ୍ଟି କରୁଥିବା ଏହି ସାମୁଦ୍ରିକ ଝଡ଼ ବା ବାତ୍ୟାର ନାମକରଣ ପଛରେ କିଛି ତଥ୍ୟ ରହିଛି। ବିଶେଷ କରି ଅଧିକାଂଶ କ୍ଷେତ୍ରରେ ନାରୀମାନଙ୍କ ନାଁକୁ ନେଇ ସମ୍ଭାବ୍ୟ ବାତ୍ୟାର ନାମକରଣ ହୋଇଛି। ପ୍ରକୃତରେ ଏହି ନାମକରଣ ପ୍ରକ୍ରିୟା ଆଟ୍‌ଲାଣ୍ଟିକା କ୍ଷେତ୍ରରେ ଏକ ବୁଝାମଣାରୁ ଆରମ୍ଭ ହୋଇଥିଲା। ୧୯୫୩ ମସିହା ପର୍ଯ୍ୟନ୍ତ ଆମେରିକାର ନ୍ୟାଶନାଲ ହରିକେନ୍‌ ସେଣ୍ଟର୍‌ ପକ୍ଷରୁ ସମ୍ଭାବ୍ୟ ବାତ୍ୟାର ନାମକରଣ କରାଯାଉଥିଲା।  ଏହି ହରିକେନ୍‌ ସେଣ୍ଟର ଏବେ ବି ବାତ୍ୟାର ନାମକରଣ କରିବା ଜାରି ରଖିଛି। ତେବେ ୨୦୦୪ ମସିହା ବେଳକୁ  ଅନ୍ତଃରାଷ୍ଟ୍ରୀୟ ପ୍ୟାନେଲ୍‌ ଭଙ୍ଗ ହେବା ସହ ପ୍ରତ୍ୟେକ ଦେଶ ନିଜ ନିଜର ବାତ୍ୟାର ନାମକରଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ଭାରତ ମହାସାଗର କ୍ଷେତ୍ରରେ ଥିବା ୮ଟି ଦେଶ ମିଶି ସେମାନଙ୍କ କ୍ଷେତ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ କରିବା ଆରମ୍ଭ କଲେ।

ଭାରତ ମହାସାଗର କ୍ଷେତ୍ରଭୁକ୍ତ ଏହି ଦେଶଗୁଡ଼ିକ ହେଲା ବାଂଲାଦେଶ, ଭାରତ, ମାଳଦୀପ, ଓମାନ୍‌,ପାକିସ୍ତାନ, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ଥାଇଲାଣ୍ଡ। ଏହି ସବୁ ଦେଶ ପ୍ରତ୍ୟେକ ୮ଟି ଲେଖାଏ, ଏହିପରି ସମୁଦାୟ ୬୪ଟି ସମ୍ଭାବ୍ୟ ବାତ୍ୟାର ନାଁ ସ୍ଥିର କଲେ। ସେହି ଅନୁସାରେ,ସମ୍ଭାବ୍ୟ ବାତ୍ୟାର ନାଁ  କିଏ ଦେବ, ତାହା ପୂର୍ବ ନିର୍ଦ୍ଧାରିତ ହୋଇଛି।  ଏବେ ବଙ୍ଗୋପସାଗରର ଯେଉଁ  ବାତ୍ୟା ସୃଷ୍ଟି ହୋଇଛି, ତା’ର ନାମକରଣ ପାକିସ୍ତାନରୁ ହିଁ ଆସିଛି। ପୂର୍ବରୁ ୧୯୫୩ ମସିହା ଯାଏ କେବଳ ମହିଳାଙ୍କ ନାଁ ଅନୁସାରେ ବାତ୍ୟାର ନାମକରଣ କରାଯାଉଥିଲା। ହେଲେ ୧୯୬୦ ଏବଂ ୭୦ ବେଳକୁ କେତେକ ମହିଳା ସଂଗଠନ ଏହାକୁ ବିରୋଧ କଲେ। ଖାଲି ମହିଳାଙ୍କ ନାଁ ଅନୁସାରେ କାହିଁକି ବାତ୍ୟାର ନାମକରଣ ହେବ, ପୁରୁଷଙ୍କ ନାଁ ଅନୁସାରେ କାହିଁକି ନୁହେଁ, ଏଭଳି ପ୍ରଶ୍ନ ମଧ୍ୟ ଉଠାଇଥିଲେ। ଫଳରେ ୧୯୭୮ ମସିହା ପରଠାରୁ ପୁରୁଷମାନଙ୍କ ନାଁ ଅନୁସାରେ ମଧ୍ୟ ସମ୍ଭାବ୍ୟ ବାତ୍ୟାର ନାମକରଣ କରାଗଲା। ତେବେ କ୍ୟୁ, ୟୁ, ଏକ୍ସ, ୱାଇ,ଜେଡ୍‍, ଏହି ପାଞ୍ଚଟି ଇଂରାଜୀ ଅକ୍ଷରକୁ ଛାଡ଼ି ଦେଲେ ବାକି ସବୁ ଅକ୍ଷରରେ ବାତ୍ୟାର ନାମ ଦିଆଯାଉଥିଲା ।

ୱାର୍ଲଡ୍‌ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ(ଡବ୍ଲ୍ୟୁଏମ୍‍ଓ) ବା ବିଶ୍ୱ ଜଳବାୟୁ ସଂଗଠନର ନିୟମ ଅନୁସାରେ ବର୍ତ୍ତମାନ ଏହି ସମ୍ଭାବ୍ୟ ବାତ୍ୟାର ନାମକରଣ କରାଯାଉଛି । ଆଟ୍‌ଲାଣ୍ଟିକା ମହାସାଗରରୁ ସୃଷ୍ଟ ଲଘୁଚାପ ଯଦି କାଳକ୍ରମେ ବାତ୍ୟା ରୂପ ଧାରଣ କରେ ତେବେ ତାହାକୁ ହରିକେନ୍‍ କୁହାଯାଏ । ପ୍ରଶାନ୍ତ ମହାସାଗରରୁ ଏହା ସୃଷ୍ଟି ହେଲେ ତାହାକୁ ଟାଇଫୋନ୍‌ କୁହାଯାଏ । ଯଦି ଭାରତ ମହାସାଗରରୁ ସୃଷ୍ଟି ହୁଏ, ତେବେ ତାହାକୁ ସାଇକ୍ଲୋନ୍‌ ବୋଲି କୁହାଯାଉଛି ।

ଭାରତ ଦେଇଥିବା କେତୋଟି ବାତ୍ୟାର ନାମ

ଇତି ମଧ୍ୟରେ ଭାରତରେ ଏକାଧିକ ବାର ବାତ୍ୟା ହୋଇଛି । ସେଥିରୁ ଲେହର୍‌, ମେଘା, ସାଗର୍‌ ଓ ବାୟୁ ଭଳି କେତୋଟି ନାମ ଭାରତ ପକ୍ଷରୁ ଦିଆଯାଇଛି । ୨୦୧୨ରେ ହୋଇଥିବା ବାତ୍ୟା ‘ଫାଇଲିନ୍‌’ର ନାମ ଥାଇଲାଣ୍ଡ ଦେଇଥିଲା।

ଏତେ ନାଁ ଆସୁଛି କେଉଁଠୁ

ଆପଣଙ୍କୁ ଲାଗୁଥିବ, ଏତେ ନାଁ ଆସୁଛି କୋଉଠୁ? ଏହାର ଉତ୍ତର ହେଲା, ନିୟମିତ ଧାରାରେ ସମ୍ଭାବ୍ୟ ବାତ୍ୟାର ନାମକରଣରେ ପରିବର୍ତ୍ତନ ହୁଏ । ଥରେ ଦିଆଯାଇଥିବା ନାମକୁ ୬ ବର୍ଷ ପରେ ପୁଣି ଥରେ ଦିଆଯାଇ ପାରିବ । ଡବ୍ଲ୍ୟୁଏମ୍‌ଓ ଏହି ନାମର ଏକ ତାଲିକା ପ୍ରସ୍ତୁତ କରୁଥିବା ବେଳେ ପ୍ରତି ୬ ବର୍ଷ ପରେ ଆବଶ୍ୟକ ସ୍ଥଳେ ନାମ ପରିବର୍ତ୍ତନ ମଧ୍ୟ କରିପାରିବ ।



from Odisha Reporter https://ift.tt/2A2b34W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages