୫ଟି ଜିଲ୍ଲାରେ ‘ତିତ୍‌ଲି’ କରିପାରେ ଏମିତି କ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

୫ଟି ଜିଲ୍ଲାରେ ‘ତିତ୍‌ଲି’ କରିପାରେ ଏମିତି କ୍ଷତି

orissa_flood

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଇଛି ବାତ୍ୟା ତିତ୍‌ଲି। ଆସନ୍ତା ୧୮ ଘଣ୍ଟାରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ।

ତିତ୍‌ଲିର ପ୍ରଭାବରେ ପୂରା ରାଜ୍ୟ ପ୍ରଭାବିତ ହେବ। ତେବେ ୫ଟି ଜିଲ୍ଲା- ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବ।

ଏଠାରେ ଝୁମ୍ପୁଡ଼ି ଓ ମାଟି ଘର ଭାଙ୍ଗିବା ସହ ଚାଳଛପର ଉଡ଼ିଯିବାର ସମ୍ଭାବନା ରହିଛି। ଏହାସହ ଗଛ ଉପୁଡ଼ି ପଡ଼ିବ। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଓ ଟେଲିଫୋନ୍‌ ଖୁଣ୍ଟ ମଧ୍ୟ ଭାଙ୍ଗିଯିବ। ଉଭୟ କଚ୍ଚା ଓ ପକ୍କା ରାସ୍ତା ପ୍ରଭାବିତ ହୋଇପାରନ୍ତି।

ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ହେବ।

ତିତ୍‌ଲି ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ବାତ୍ୟା ସ୍ଥଳପଥ ଛୁଇଁଲା ବେଳକୁ ସମୁଦ୍ରରେ ୧ ମିଟର୍‌ ଉଚ୍ଚାର ଜୁଆର ଆସିବାର ସମ୍ଭାବନା ରହିଛି। ତେଣୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଏବେ ତିତ୍‌ଲି ଗୋପାଳପୁରଠାରୁ ୩୭୦ କିମି ଓ କଳିଙ୍ଗପଟନମ୍‌ଟାରୁ ୩୧୦ କିମି ଦୂରରେ ରହିଛି। ଆସନ୍ତାପାଲି ୧୧ ତାରିଖରେ ଏହା କଳିଙ୍ଗପଟନମ୍‌ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ବେଳକୁ ୧୪୫ କିମି ବେଗରେ ପବନ ବହିବ।



from Odisha Reporter https://ift.tt/2Eb6hX4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages