‘ପ୍ରୟାଗରାଜ’କୁ ବଦଳାଇ କିଏ କରିଥିଲେ ‘ଆହ୍ଲାବାଦ୍‌’ ଓ କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

‘ପ୍ରୟାଗରାଜ’କୁ ବଦଳାଇ କିଏ କରିଥିଲେ ‘ଆହ୍ଲାବାଦ୍‌’ ଓ କାହିଁକି?

ଲକ୍ଷ୍ନୌ: ଖୁବ୍‌ ଶୀଘ୍ର ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ ହେବ। ଏକଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ‘ପ୍ରୟାଗରାଜ’ ରଖାଯିବ। ତେବେ ପ୍ରଥମେ ଆହ୍ଲାବାଦ୍‌ର ନାମ ‘ପ୍ରୟାଗରାଜ’ ଥିଲା ବେଳେ ଏହାର ନାମକୁ କିଏ ପରିବର୍ତ୍ତନ କରିଥିଲେ ? ଏହା ପଛର କଣ ଥିଲା ଉଦ୍ଦେଶ୍ୟ ଆସନ୍ତୁ ଜାଣିବା।

ଦେଖିବାକୁ ଗଲେ ୪୪୪ ବର୍ଷ ପରେ ଏହି ନାମ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରକୃତରେ ପୁରାଣରେ ଆହ୍ଲାବାଦର ନାମ ପ୍ରୟାଗରାଜ ହିଁ ଥିଲା। କିନ୍ତୁ ମୋଗଲ ଶାସକ ଆକବର ଏହାକୁ ବଦଳାଇ ଆହ୍ଲାବାଦ କରିଦେଇଥିଲେ।

ଐତିହାସିକଙ୍କ ମତରେ ଆକବରନାମା ଏବଂ ଆଇନ୍‌-ଇ-ଆକବରୀ ତଥା ସେ ସମୟର ଅନ୍ୟ ମୁଗଲକାଲୀନ ବହି ଗୁଡ଼ିକୁ ପ୍ରଚାର ପ୍ରାସାର କରିବା ଉଦ୍ଦେଶ୍ୟରେ ଏହି ସହରର ନାମ ପରିବର୍ତ୍ତନ କରାଯାଇଥିଲା। ପ୍ରାୟ ୧୫୪୭ରେ ପ୍ରୟାଗରାଜ୍‌ ନାମକୁ ପରିବର୍ତ୍ତନ କରି ନୂଆ ସହର ପ୍ରତିଷ୍ଠା କରା ଯାଇଥିଲା। ଯାହାର ନାମ ରଖାଯାଇଥିଲା ଆହ୍ଲାବାଦ ।

ପୁରାଣର ରାମଚରିତ ମାନସରେ ଆହ୍ଲାବାଦକୁ ପ୍ରୟାଗରାଜ ହିଁ କୁହାଯାଏ। ୩ଟି ନଦୀର ସଙ୍ଗମସ୍ଥଳରୁ ଜଳ ନେଇ ରାଜାମାନଙ୍କର ଅଭିଷେକ ହେଉଥିଲା। ଏହାର ଉଲ୍ଲେଖ ରାମାୟଣ ମଧ୍ୟ ରହିଛି। ବନକୁ ଯିବା ସମୟରେ ପ୍ରଭୁ ଶ୍ରୀରାମ ପ୍ରୟାଗରାଜ୍‌ ତଥା ବର୍ତ୍ତମାନର ଆହ୍ଲାବାଦର ଋଷି ଭରଦ୍‌ୱାଜ୍‌ଙ୍କ ଆଶ୍ରମକୁ ହିଁ ଯାଇଥିବା ପୁରାଣରେ ଉଲ୍ଲେଖ ରହିଛି।



from Odisha Reporter https://ift.tt/2IYPTYr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages