
ମୁମ୍ବାଇ: ‘ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିଷ୍ଣୁଙ୍କ ୧୧ ତମ ଅବତାର।’
ମହାରାଷ୍ଟ୍ରର ବିଜେପି ମୁଖପାତ୍ର ଅବଧୁତ ବାଘ ଟ୍ୱିଟ୍ କରି ଏ କଥା କହିଛନ୍ତି। ଗତକାଲି ସେ ଏହି ଟ୍ୱିଟ୍ କରିଥିଲେ।
ଏକ ମରାଠୀ ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି,“ଦେଶର ସୌଭାଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ନେତା ଆମକୁ ମିଳିଛି।”
ଏପରି ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତାମାନେ ଅବଧୁତଙ୍କୁ ପରିହାସ କହିଛନ୍ତି।
କଂଗ୍ରେସ ମୁଖପାତ୍ର ଅତୁଲ୍ ଲୋଧେ କହିଛନ୍ତି, “ଅବଧୁତଙ୍କ ଏପରି ମନ୍ତବ୍ୟ ଭଗବାନଙ୍କ ପ୍ରତି ଅପମାନ।”
ସେ ଆହୁରି କହିଛନ୍ତି, “ଅବଧୁତ ଶୋଇ ପଡ଼ିଥିବା ରାଜନୀତିକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କର ଏହି ଟିପ୍ପଣୀ ଅଧିକ ଗୁରୁତ୍ୱ ଦେବା ଉଚିତ୍ ନୁହେଁ। ଏହି ଟିପ୍ପଣୀ ଭାରତୀୟ ଜନତା ପାର୍ଟିର ସଂସ୍କୃତିର ଅତି କଦର୍ଯ୍ୟ ଉଦାହରଣ।”
ଏନ୍ସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ଼ କହିଛନ୍ତି,“ଅବଧୁତ ବୀରମାତା ଜିଜିବାଇ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ର ଇଞ୍ଜିନିୟରିଂ ଛାତ୍ର। ହେଲେ ତାଙ୍କ ଡିଗ୍ରୀ ଅସଲି ନା ନକଲି ଯାଞ୍ଚ କରିବାକୁ ପଡ଼ିବ। ତାଙ୍କ ପାଖରୁ ଏପରି ମନ୍ତବ୍ୟ ଆଶା କରାଯାଉ ନ ଥିଲା।”
from Odisha Reporter https://ift.tt/2RRD46m
No comments:
Post a Comment