ମହିଳା ଟି-୨୦ ମାନ୍ୟତା: ଭାରତର ସ୍ଥାନ କେତେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ମହିଳା ଟି-୨୦ ମାନ୍ୟତା: ଭାରତର ସ୍ଥାନ କେତେ ଜାଣନ୍ତୁ

ଦୁବାଇ: ପ୍ରଥମଥର ଲାଗି ଆଇସିସି ପକ୍ଷରୁ ମହିଳା ଟି-୨୦ କ୍ରିକେଟର ରାଙ୍କିଙ୍ଗ୍‌ ଘୋଷଣା କରାଯାଇଛି। ଏହି ତାଲିକାରେ ଭାରତୀୟ ମହିଳା ଦଳ ୫ ନମ୍ବର ସ୍ଥାନରେ ରହିଛି। ଭାରତକୁ ୨୪୯ ପଏଣ୍ଟ ମିଳିଛି। ଏହି ରାଙ୍କିଙ୍ଗରେ ୪୬ଟି ଦଳ ସ୍ଥାନ ପାଇଥିବା ବେଳେ ୩ଥରର ବିଶ୍ୱ ବିଜେତା ଟିମ୍‌ ଅଷ୍ଟ୍ରେଲିଆ ୨୮୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପରି ୨୭୭ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟରେ ଥିବା ବେଳେ ୨୭୭ ପଏଣ୍ଟ ସହ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍‌ ମହିଳା ଦଳ ୨୫୯ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

ଟପ୍‌ ଟେନ୍‌ ତାଲିକାରେ ଭାରତ ୫ମ, ଦକ୍ଷିଣ ଆଫ୍ରିକା(୨୪୩ ପଏଣ୍ଟ) ୬ଷ୍ଠ, ପାକିସ୍ତାନ(୨୨୭ ପଏଣ୍ଟ) ୭ମ, ଶ୍ରୀଲଙ୍କା(୨୦୭ ପଏଣ୍ଟ) ୮ମ, ବାଂଲାଦେଶ(୧୯୩ ପଏଣ୍ଟ) ୯ମ ଓ ୧୫୦ ପଏଣ୍ଟ ସହ ସ୍କଟଲ୍ୟାଣ୍ଡ ୧୦ମ ସ୍ଥାନରେ ରହିଛି।

ଆଇସିସିର ଏଭଳି ରାଙ୍କିଙ୍ଗ ସିଷ୍ଟମକୁ ସବୁ ଦଳର ଅଧିନାୟକମାନେ ପ୍ରଶଂସା କରିଛନ୍ତି।

ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ୍‌ କୌର କହିଛନ୍ତି, ଆଇସିସି ଯେଉଁଭଳି ଭାବେ ଟି-୨୦ ଫର୍ମାଟରେ ବିଶ୍ୱସ୍ତରୀୟ ରାଙ୍କିଙ୍ଗ ବ୍ୟବସ୍ଥା କରିଛି, ତାହା ସ୍ୱାଗତଯୋଗ୍ୟ। ଏହାଦ୍ୱାରା ମହିଳା କ୍ରିକେଟ୍‌ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିବ। ଗତ ୩ରୁ ୪ ବର୍ଷ ମଧ୍ୟରେ ସର୍ବନିମ୍ନ ୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଥିବା ଦଳକୁ ଏହି ରାଙ୍କିଙ୍ଗ ବ୍ୟବସ୍ଥାରେ ସାମିଲ କରାଯାଇଛି।

 



from Odisha Reporter https://ift.tt/2A7MN1e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages