ସୁଧହାର ବଢ଼ାଇଲେ ତିନୋଟି ବଡ଼ ବ୍ୟାଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ସୁଧହାର ବଢ଼ାଇଲେ ତିନୋଟି ବଡ଼ ବ୍ୟାଙ୍କ

hdfc1_bank

ନୂଆଦିଲ୍ଲୀ: ଦେଶରେ ତିନୋଟି ବଡ଼ ବ୍ୟାଙ୍କ ନିଜର ସୁଧହାର ବଢ଼ାଇଛନ୍ତି। ଏହି ବ୍ୟାଙ୍କ ଗୁଡ଼ିକ ହେଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ।

ଏସବିଆଇ ୦.୫ ପ୍ରତିଶତ ସୁଧହାର ବଢ଼ାଇଥିବା ବେଳେ ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ୦.୧୦ ପ୍ରତିଶତ ସୁଧହାର ବଢ଼ାଇଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ମୁଦ୍ରା ସ୍ଥିତି ସମୀକ୍ଷା କରିବା ପୂର୍ବରୁ ଏହି ବ୍ୟାଙ୍କ ଗୁଡ଼ିକ ନିଜର ସୁଧହାର ବଢ଼ାଇଛନ୍ତି।

ବ୍ୟାଙ୍କ ଗୁଡ଼ିକ ସୁଧ ବଢ଼ାଇବା ଦ୍ୱାରା ଘର ଲୋନ୍‌, ଅଟୋ ଲୋନ୍‌ ସମେତ ଅନ୍ୟ ଲୋନ୍‌ ଉପରେ ଗ୍ରାହକଙ୍କୁ ଅଧିକ ଇଏମ୍‌ଆଇ ଦେବାକୁ ପଡ଼ିବ।

ଅଗଷ୍ଟ ମାସରେ ଆରବିଆଇ ମୌଦ୍ରିକ ନୀତି ସମିତି ପରେ ଏଚଡିଏଫିସି ଘର ଲୋନ୍‌ ଉପରେ ୨୦ ବେସିକ୍‌ ପଏଣ୍ଟ ବୃଦ୍ଧି କରିଥିଲା।

ଆସନ୍ତାକାଲିଠାରୁ ଆରବିଆଇର ମୌଦ୍ରିକ ନୀତି ସମିତିର ତିନି ଦିନିକିଆ ବୈଠକ ବସିବ। ଏହି ସମୀକ୍ଷାରେ ଆରବିଆଇ ରେପୋ ରେଟ୍‌ରେ ୨୫ ବେସିକ୍‌ ପଏଣ୍ଟ ଅର୍ଥାତ୍‌ ୦.୨୫ ପ୍ରତିଶତ ସୁଧ ବୃଦ୍ଧି କରିପାରେ।



from Odisha Reporter https://ift.tt/2y6bk4B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages