ମାଓବାଦୀ ଆଖ୍ୟା ଦେଇ ସ୍ୱାମୀକୁ ଜେଲ୍, କିନ୍ତୁ ସ୍ତ୍ରୀକୁ କୋଳେଇ ନେଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ମାଓବାଦୀ ଆଖ୍ୟା ଦେଇ ସ୍ୱାମୀକୁ ଜେଲ୍, କିନ୍ତୁ ସ୍ତ୍ରୀକୁ କୋଳେଇ ନେଲା ବିଜେଡି

କୋରାପୁଟ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ କ୍ଷମତାସୀନ ବିଜେଡି ଏବେ ସିଦ୍ଧାନ୍ତଗତ ରାଜନୀତିରୁ ଓହରି ସୁବିଧାବାଦୀ ରାଜନୀତିକୁ ଆପଣାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି। ମାଓବାଦୀ ଆଖ୍ୟା ଦେଇ ଚାଷୀମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ୨୦୧୪ ମସିହାରୁ ଜେଲରେ ରଖିଥିବା ଶାସକ ବିଜେଡି ଆଜି ତାଙ୍କର ପତ୍ନୀ ଟିକାଇ ଲିଙ୍ଗାଙ୍କୁ ଦଳରେ ମିଶାଇ ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛି।

ମିଳିଥିବା ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରୟାସ ସତ୍ତ୍ୱେ ବିଜେଡି ଫେଲ୍ ମାରିବା ପରେ ଏବେ ନାଚିକା ଲିଙ୍ଗାଙ୍କ ଶରଣ ପଶିଛି। ମୋଷ୍ଟ ୱାଣ୍ଟେଡ ନାଚିକାଙ୍କ ପତ୍ନୀ ଟିକାଇ ଓ ତାଙ୍କ ସମର୍ଥକମାନେ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ନାଚିକାଙ୍କ ସହଯୋଗରେ ବିଜେଡି ଆଗାମୀ ଦିନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀକୁ ନିଜ ଦଖଲକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସୂତ୍ର ଅନୁସାରେ, ନାଚିକାଙ୍କୁ ସିଧାସଳଖ ବିଜେଡିରେ ସାମିଲ କରିବାରେ ଆଇନଗତ ସମସ୍ୟା ଥିବାରୁ ତାଙ୍କ ପତ୍ନୀଙ୍କୁ ଦଳୀୟ ପ୍ରାର୍ଥୀ କରାଯିବାର ପ୍ରସ୍ତାବ ଦିଆଯାଇଛି। ସ୍ଥାନୀୟ ଜଣେ ଓକିଲଙ୍କ ମାଧ୍ୟମରେ ଏହି ଡିଲ୍ ହୋଇଥିବା ଜଣାପଡ଼ିଛି। କାରଣ କୋରାପୁଟ ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳର ପାୱାରଫୁଲ୍ ଯୁବନେତା ପ୍ରଣବ ପ୍ରକାଶ ଦାସ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବାବେଳେ ତାଙ୍କୁ ସହଯୋଗ କରିବାକୁ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ସେମାନଙ୍କର ପ୍ରୟାସ ଦଳୀୟ ସଂଗଠନକୁ ଆଗେଇ ନେବାରେ ସକ୍ଷମ ନହେବାରୁ ନାଚିକାଙ୍କ ଶରଣ ପଶିବାକୁ ବିଜେଡି ବାଧ୍ୟ ହୋଇଥିଲା।

ନାଚିକାଙ୍କର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଆଦିବାସୀଙ୍କ ଉପରେ ବେଶ୍ ପ୍ରଭାବ ରହିଛି। ଅବଶ୍ୟ ପଞ୍ଚାୟତ ନିର୍ବାଚନବେଳେ ନାଚିକାଙ୍କ ସହଯୋଗ ନେବାକୁ ବିଜେଡି ପ୍ରୟାସ କରିଥିଲା। ମାତ୍ର ସେ ସମ୍ମତି ଦେଇନଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନବେଳେ ନାଚିକା ଜେଲରେ ଥାଇ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାବେଳେ ତାଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଯାଇଥିଲା। ତେବେ ତାଙ୍କ ପତ୍ନୀ ପୋଡ଼ାପଦର ପଞ୍ଚାୟତକୁ ସରପଂଚ ପ୍ରାର୍ଥୀ ହୋଇଥିଲେ।

ଆଦିବାସୀଙ୍କୁ ସହଯୋଗରେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ନାଚିକା ଚାଷୀମୂଲିଆ ଆଦିବାସୀ ସଂଘ ବ୍ୟାନରରେ ଅଣଆଦିବାସୀଙ୍କ ଜମିକୁ ଦଖଲକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ନାଚିକାଙ୍କ ବିରୁଦ୍ଧରେ ହତ୍ୟା, ଥାନା ଆକ୍ରମଣ, ଅସ୍ତ୍ରଶସ୍ତ୍ର ଲୁଟ୍, ଆଦିବାସୀଙ୍କୁ ଉସକାଇ ସଂଘର୍ଷ ସୃଷ୍ଟି ଆଦି ପ୍ରାୟ ୩୭ଟି ମାମଲା ରହିଛି । ରାଜ୍ୟ ପୁଲିସ ତାଙ୍କୁ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଥିଲା। ୨୦୧୪ ଅକ୍ଟୋବର ୨୮ତାରିଖରୁ ସେ ଆତ୍ମସମର୍ପଣ କରିଥିଲେ ଓ ସେବେଠୁ ଜେଲରେ ରହିଛନ୍ତି।

ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ଅଧୀନରେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ୍ ଆସୁଥିବାବେଳେ ୨୦୧୪ରୁ ବିଧାୟକ ଭାବେ କଂଗ୍ରେସର କୈଳାସ କୁଲେସିକା କାର୍ଯ୍ୟ କରୁଛନ୍ତି। ବିଜେଡି ପାଖରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ପାଇଁ ଭଲ ପ୍ରାର୍ଥୀ ନଥିବା ତଥା ସାଂସଦ ଝିନ୍ନ ହିକକା ସେଠାରୁ ଲଢ଼ିବା ପାଇଁ ରାଜି ହେଉନଥିବାରୁ ଦଳ ନାଚିକାଙ୍କ ସହଯୋଗ ନେଇଥିବା ଚର୍ଚ୍ଚା।



from Odisha Reporter https://ift.tt/2yZntJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages