ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ ହକି: ମ୍ୟାଲେସିୟାକୁ ହରାଇ ପାରିଲାନି ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ ହକି: ମ୍ୟାଲେସିୟାକୁ ହରାଇ ପାରିଲାନି ଭାରତ

ମସ୍କାଟ: ଏସିଆନ୍‌ ଗେମ୍ସରେ ଟିମ୍‌ ଇଣ୍ଡିଆର ପୁରୁଷ ହକି ଟିମ୍‌କୁ ମ୍ୟାଲେସିୟା ପରାସ୍ତ କରିଥିଲା। ଏହି ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଏସିଆନ୍‌ ଚାମ୍ପିୟନ୍‌ଶିପ୍‌ରେ ଥିଲେ ହେଁ ଭାରତ ଏହା କରିପାରି ନାହିଁ। କାରଣ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ଓ ମ୍ୟାଲେସିୟା ମଧ୍ୟରେ ଖେଳା ଯାଇଥିବା ଗ୍ରୁପ୍‌ ପର୍ଯ୍ୟାୟର ଏକ ମ୍ୟାଚ୍‌ ଡ୍ର ସହ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କେହି କାହାକୁ ଗୋଲ୍‌ ଦେଇପାରି ନଥିଲେ।
ମ୍ୟାଚ୍‌ରେ ଭାରତର ପଲ୍ଲାଭାରୀ ରହିଥିଲେ ହେଁ ଦଳ ମ୍ୟାଲେସିୟାକୁ ଗୋଟିଏ ହେଲେ ବି ଗୋଲ୍‌ ଦେଇ ପାରି ନଥିଲା। ଡିଫେଣ୍ଡିଂ ଚାମ୍ପିୟନ୍‌ ଭାରତ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ମ୍ୟାଲେସିୟା ମ୍ୟାଚ୍‌ ଆରମ୍ଭରୁ ବ୍ୟାକଫୁଟ୍‌ରେ ରହିଥିଲା। ଭାରତ ଗୋଲ୍‌ କରିବାର ଏକାଧିକ ସୁଯୋଗ ପାଇଥିଲେ ହେଁ ଏହାକୁ ଠିକ୍‌ ଭାବେ ରୂପାନ୍ତର କରିପାରି ନଥିଲା। ଲିଗ୍‌ ପର୍ଯ୍ୟାୟର ପ୍ରଥମ ୩ଟି ଯାକ ମ୍ୟାଚ୍‌କୁ ଜିତିଥିବା ଟିମ୍‌ ଇଣ୍ଡିଆର ବିଜୟ ରଥକୁ ଅଟକାଇବା ପାଇଁ ମ୍ୟାଲେସିୟା ଯେଉଁ ରଣନୀତି ଆପଣାଇଥିଲା, ଶେଷରେ ସେଥିରେ ସଫଳ ମଧ୍ୟ ହୋଇଛି।

ମ୍ୟାଲେସିୟା ମଙ୍ଗଳବାରର ମ୍ୟାଚ୍‌ ପୂର୍ବରୁ ନିଜର ୩ଟି ଯାକ ମ୍ୟାଚ୍‌ ଜିତି ୯ ପଏଣ୍ଟ ପାଇଥିଲା। ଭାରତ ସହ ମ୍ୟାଚ୍‌ ଡ୍ର ରଖିବାରୁ ଦଳ ୧ ପଏଣ୍ଟ ପାଇଛି। ଏବେ ଦଳ ପାଖରେ ୧୦ ପଏଣ୍ଟ ହୋଇଛି। ସେହିପରି ଭାରତ ମଧ୍ୟ ସମାନ ୧୦ ପଏଣ୍ଟ ପାଇଛି। କିନ୍ତୁ ମ୍ୟାଲେସିୟା ତୁଳନାରେ ଭାରତର ଗୋଲ୍‌ ବ୍ୟବଧାନ ଅଧିକ ଥିବାରୁ ଟିମ୍‌ ଇଣ୍ଡିଆ ଟେବୁଲ ଶୀର୍ଷରେ ରହିଛି।

ଆଜି ଭାରତ ଚାମ୍ପିୟନଶିପ୍‌ର ଆଉ ଏକ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ଭେଟିବ। ଭାରତୀୟ ସମୟ ୧୦.୪୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

ଚାମ୍ପିୟନଶିପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଓମାନକୁ ୧୧-୦, ଏହାପରେ ପାକିସ୍ତାନକୁ ୩-୧ ଓ ଏସିଆନ୍‌ ଗେମ୍ସର ସ୍ୱର୍ଣ୍ଣ ବିଜେତା ଜାପାନ୍‌କୁ ୯-୦ରେ ପରାସ୍ତ କରିଥିଲା।



from Odisha Reporter https://ift.tt/2Pgq23U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages