ପୁଣି ଦେଖା ଦେଲା ‘ସୁନ୍ଦରୀ’: ତୃତୀୟ ପର୍ଯ୍ୟାୟ ଟ୍ରାଙ୍କୁଲାଇଜ୍‌ ଅପରେସନ୍ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ପୁଣି ଦେଖା ଦେଲା ‘ସୁନ୍ଦରୀ’: ତୃତୀୟ ପର୍ଯ୍ୟାୟ ଟ୍ରାଙ୍କୁଲାଇଜ୍‌ ଅପରେସନ୍ ଆରମ୍ଭ

Sundari-1-3

ଅନୁଗୋଳ(ବିରଜା ଦାସ): ଲୁଚକାଳି ଖେଳୁଛି ମଣିଷ ଖିଆ ବାଘୁଣୀ ସୁନ୍ଦରୀ। ଏହାସହ ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଜଙ୍ଗଲରେ ଘୂରେଇ ବୁଲାଉଛି। ଗୋଟିଏ ସ୍ଥାନରୁ ଗାଏବ ହୋଇ ଯାଉଛି, ପୁଣି ନୂଆ ଜାଗାରେ ଦେଖା ଦେଉଛି। ଗତକାଲିଠାରୁ ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସହ ଏମିତି ଲୁଚକାଳି ଖେଳୁଛି ସୁନ୍ଦରୀ। ଗତକାଲିର ଦୁଇଟି ବିଫଳ ପ୍ରୟାସ ପରେ ଟିମ୍‌ ଆଜି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ତୃତୀୟ ପର୍ଯ୍ୟାୟ ପ୍ରୟାସ ଆରମ୍ଭ କରିଛି। ସୁନ୍ଦରୀ ବାଘମୁଣ୍ଡା ଗାଁ ପାଖ ପାହାଡ଼ ତଳେ ଥିବା ଜଣାପଡ଼ିବା ପରେ ଟ୍ରାଙ୍କୁଲାଇଜ୍‌ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ଗତକାଲି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ପ୍ରଥମ ପ୍ରୟାସ ବିଫଳ ହେବା ପରେ ରାତିରେ ଏହାକୁ ଶେଷ କରିବାକୁ ଯୋଜନା କରାଯାଇଥିଲା। ସୁନ୍ଦରୀର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଥିଲା। କୁମୁରି ଓ ବାଘମୁଣ୍ଡା ଗାଁ ମଝି ଜଙ୍ଗଲରେ ସୁନ୍ଦରୀ ଥିବା ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ରାତିରେ ଏକ ଛେଳି ବାନ୍ଧି ବାଘୁଣୀକୁ ପ୍ରଲୋଭିତ କରିବାକୁ ପ୍ରୟାସ କରାଯାଇଥିଲା। ହେଲେ ସବୁ ପ୍ରୟାସରେ ପାଣି ମିଳାଇ ଦେଇ ସୁନ୍ଦରୀ ସେଠାରୁ ଗାଏବ ହୋଇଯାଇଥିଲା।

ପୂରା ରାତି ଅନିଦ୍ରା ଥିଲେ ମଧ୍ୟ ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ନିରାଶ ହେବାକୁ ପଡ଼ିଥିଲା।

ରାତିରେ ଗାଏବ ହୋଇଯାଇଥିବା ବାଘୁଣୀକୁ ଆଜି ସକାଳୁ ପୁଣି ଠାବ କରାଯାଇଛି। ଏବେ ସେ ବାଘମୁଣ୍ଡା ଗାଁ ପାଖ ପାହାଡ଼ ତଳ ବୁଦାରେ ଲୁଚିଥିବା ଟିମ୍‌କୁ ସୂଚନା ମିଳିଛି। ସୂଚନା ମିଳିବା ପରେ ତାକୁ ଧରିବାକୁ ପାହାଡ଼ ତଳକୁ ଏକ ଟିମ୍ ଯାଇଛି। ଟ୍ରାଙ୍କୁଲାଇଜ୍ ପାଇଁ ପାହାଡ଼ ଚାରିପଟେ ଅନ୍ୟ ଏକ ଟିମ୍ ମଧ୍ୟ ସଜାଗ ହୋଇ ରହିଛି।



from Odisha Reporter https://ift.tt/2CCmKRN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages