କେନାଲରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ସ୍କୁଲ ଛାତ୍ରୀ, ଜଣେ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

କେନାଲରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ସ୍କୁଲ ଛାତ୍ରୀ, ଜଣେ ନିଖୋଜ

କଟକ (ଓଡ଼ିଶା ରିପୋର୍ଟର):କେନାଲରେ ଗାଧୋଇବା ହେଲା କାଳ। କଟକ ତାଳଦଣ୍ଡା କେନାଲରେ ଗାଧୋଇବା ବେଳେ ୩ ଜଣ ସ୍କୁଲ ଛାତ୍ରୀ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ଏବେବି ନିଖୋଜ ଅଛନ୍ତି।

ଆଜି ସକାଳେ ସ୍କୁଲ ସରିବା ପରେ ଚାଉଳିଆଗଞ୍ଜର ତିନିଜଣ ନାବାଳିକା ଛାତ୍ରୀ କେନାଲକୁ ଗାଧୋଇବାକୁ ଯାଇଥିଲେ। ତେବେ କେନାଲରେ ପାଣିର ଗତି ପ୍ରଖର ଥିବାରୁ ଜଣେ ଛାତ୍ରୀ ଭାସିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଦୁଇଜଣ ଝିଅ ଭାସି ଯାଇଥିଲେ।

ଏହି ସମୟରେ ନିକଟରେ ଗାଧୋଉଥିବା ଜଣେ ବ୍ୟକ୍ତି ପହଁରି ପହଁରି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ଅନ୍ୟ ଜଣେ ଛାତ୍ରୀ ଭାସି ଯାଇଥିଲେ। ଉଦ୍ଧାର ଦୁଇ ଛାତ୍ରୀଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାସ୍ଥଳରେ ୨ଟି ଓଡ୍ରାଫ୍‌ ଓ ବୁଡାଳି ଟିମ୍ ପହଞ୍ଚି ନିଖୋଜ ଛାତ୍ରୀଙ୍କୁ ଖୋଜୁଛନ୍ତି। ଏବେବି ନିଖୋଜ ନାବାଳିକାଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି।



from Odisha Reporter https://ift.tt/2NqnyLd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages