
ମୁମ୍ବାଇ: ବିମାନର ଦ୍ୱାର ବନ୍ଦ କରୁ କରୁ ହଠାତ୍ ଜଣେ ୫୩ ବର୍ଷୀୟ ଏୟାର ହୋଷ୍ଟେସ୍ ତଳକୁ ଖସି ପଡ଼ିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିବାର ଥିଲା। ଯାତ୍ରୀମାନେ ବିମାନରେ ବସିବା ପରେ ଏହା ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଥିଲା।
ଏହି ସମୟରେ ୫୩ ବର୍ଷୀୟ ହାର୍ଷା ଲୋବୋ ବିମାନର ଦ୍ୱାର ବନ୍ଦ କରିବାକୁ ଚାହିଁଥିଲେ। ତେବେ ଦ୍ୱାର ବନ୍ଦ କରୁ କରୁ ସେ ସିଧା ତଳକୁ ଖସି ପଡ଼ିଥିଲେ।
ହଠାତ୍ କ’ଣ ପାଇଁ ସେ ତଳକୁ ଖସି ପଡ଼ିଲେ, ତାହା ଜଣାପଡ଼ି ନଥିଲେ ହେଁ ଏୟାର ଇଣ୍ଡିଆ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଳକୁ ପଡ଼ିଯିବାରୁ ଶ୍ରୀମତୀ ଲୋବୋଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି।
ତାଙ୍କୁ ଗୁରୁତର ଅବସ୍ଥାରେ ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସକାଳ ୭ଟାରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିବାକୁ ଥିବା ଏୟାର ଇଣ୍ଡିଆର ଏହି ବିମାନଟି ୮.୩୦ରେ ଉଡ଼ାଣ କରିଥିଲା।
from Odisha Reporter https://ift.tt/2NFvckV
No comments:
Post a Comment