ଏ ଆଇନା ଦୁର୍ଭାଗ୍ୟକୁ ଡାକି ଆଣିବନି ତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ଏ ଆଇନା ଦୁର୍ଭାଗ୍ୟକୁ ଡାକି ଆଣିବନି ତ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆଇନା, କେବେ ମିଛ କହେନା, ସବୁ ବେଳେ ସତ କୁହେ।’ ଏହା ଖାଲି ଗୋଟେ ଗୀତର ବୋଲ୍‌ ନୁହେଁ, ଖାଣ୍ଟି ସତ କଥାଟିଏ।

ଦର୍ପଣରେ ଯାହା ଦିଶେ ତାହା ସ୍ୱଚ୍ଛ ଆଉ ଅବିକଳ, ଏଣୁ ଏଥିରେ ମିଛର ଅବକାଶ ନାହିଁ। ହେଲେ ଜାଣିଛନ୍ତି ଏହି ଦର୍ପଣକୁ ନେଇ କ’ଣ କୁହେ ବାସ୍ତୁଶାସ୍ତ୍ର।

ଦର୍ପଣର ଅବସ୍ଥିତି ଆଉ ଫ୍ରେମ୍‌ର ରଙ୍ଗ ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଏଣୁ ଘରେ ଦର୍ପଣ ରଖିବା ବେଳେ ଆମେ କହୁଥିବା ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ।

ଭଙ୍ଗା ଦର୍ପଣ ରଖନ୍ତୁ ନାହିଁ- ଭଙ୍ଗା ଦର୍ପଣରେ ମୁହଁ ଦେଖିଲେ ଆପଣଙ୍କ ଶରୀର ଏବଂ ମୁହଁ ବିକୃତ ଓ ଭଗ୍ନ ଦେଖାଯାଏ। ଯାହା ନକାରାତ୍ମକ ପ୍ରଭାବ ପକାଇଥିଏ। ଏଣୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ଏଭଳି ଭଙ୍ଗା ଦର୍ପଣ ଯେଭଳି ସାମ୍ନାରେ ନ ପଡେ।

ଓଜନିଆ ଆଉ ଛୋଟ ଦର୍ପଣ ରଖନ୍ତୁ ନାହିଁ– ଘରେ ରଖାଯାଉଥିବା ଦର୍ପଣ ଓଜନିଆ ହେବା ଭଲ ନୁହେଁ। ଏଣୁ ଘରକୁ ଆଇନା କିଣି ଆଣୁଥିଲେ ହାଲକା ଓ ବଡ଼ ଦର୍ପଣ ଆଣନ୍ତୁ। ଯେଉଁଥିରେ ଆପଣଙ୍କ ସମ୍ପୁର୍ଣ୍ଣ ଶରୀର ପ୍ରତିଫଳିତ ହେବ।

ଦର୍ପଣ ଫ୍ରେମ୍‌ର ରଙ୍ଗ- ନାଲି, ନାରଙ୍ଗୀ କିମ୍ବା ଗୋଲାପୀ ରଙ୍ଗର ଦର୍ପଣ ଫ୍ରେମ୍‌ ଆଦୌ ରଖନ୍ତୁ ନାହିଁ। ଧଳା, ନୀଳ କିମ୍ବା କାଠ ରଙ୍ଗର ଫ୍ରେମ୍‌ ଦର୍ପଣ ପାଇଁ ବ୍ୟବହାର କରନ୍ତୁ। ଘରେ ସୁଖ ବୃଦ୍ଧି ପାଇବ।

ଯୋଡା ହୋଇଥିବା ଆଇନା- ଛୋଟ ଛୋଟ ଦର୍ପଣକୁ ଯୋଡି ଗୋଟିଏ କରି ଘରେ ରଖିଆ ଆଦୌ ଭଲ ନୁହେଁ। ଆଜିକାଲି ଘର ଷ୍ଟାଇଲିସ୍‌ ଦିଶିବା ପାଇଁ ଏପରି କରାଯାଉଥିଲେ ବି ଆଦୌ ଏଭଳି କରନ୍ତୁ ନାହିଁ। ଏହା ଆପଣଙ୍କ ପରିବାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ।



from Odisha Reporter https://ift.tt/2xXaFmL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages