
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ମହାକୁମ୍ଭ ପାଇଁ ସଜେଇ ହେଉଛି କଳିଙ୍ଗ ଷ୍ଟାଡିୟମ୍। ଆଉ ୨୭ ନଭେମ୍ବର ମଙ୍ଗଳବାର ସମଗ୍ର ବିଶ୍ୱର ହକିପ୍ରେମୀଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ପହଞ୍ଚିବେ ‘ଚକ୍ଦେ ଇଣ୍ଡିଆ’ର ଫିଲ୍ମି କୋଚ୍ ବଲିଉଡ୍ ସୁପରଷ୍ଟାର ଶାହରୁଖ୍ ଖାନ୍। ଏନେଇ ସେ ନିଜେ ଟ୍ୱିଟ୍ କରି ଜଣାଇବା ଅବସରରେ ତାଙ୍କର ଏହି #HeartBeatsforHockey ଟ୍ୱିଟ୍କୁ ସ୍ୱାଗତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Delighted to share that @iamsrk 's #HeartBeatsForHockey and he has come forward to support Indian hockey & #HockeyWorldCup2018 in #Bhubaneswar. Kalinga Stadium & #Odisha look forward to welcoming you, Mr. Khan at the #OdishaHWCOpeningCeremony on 27th November 2018 #AbBasHockey https://t.co/rWNZvT1KmQ
— Naveen Patnaik (@Naveen_Odisha) October 9, 2018
ହକି କ୍ରୀଡ଼ା ପ୍ରତି ଏହି ସୁପରଷ୍ଟାରଙ୍କ ସମର୍ଥନ ପାଇଁ ନବୀନ ଶାହରୁଖଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି କଳିଙ୍ଗ ଷ୍ଟାଡିୟମ୍ ଏବଂ ଓଡ଼ିଶା ତାଙ୍କୁ ସ୍ୱାଗତ ଜଣାଇବାକୁ ଅପେକ୍ଷା କରି ରହିଛି। ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିବା ପାଇଁ କିଙ୍ଗ୍ ଖାନ୍ ନିଜେ ଉପସ୍ଥିତ ରହିବା ନେଇ ନିଶ୍ଚିତ କରାଇବା ସହିତ ଅନ୍ୟ ସମସ୍ତଙ୍କୁ ମଧ୍ୟ ଆହ୍ୱନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଭାରତୀୟ ଟିମ୍ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଅଭ୍ୟାସ କରିବା ଆରମ୍ଭ କରି ଓଡ଼ିଶା ରାଜଧାନୀରେ ହକି ମାହୋଲ୍ ଆରମ୍ଭ କରିସାରିଛି। ଏହି ମାହୋଲ୍କୁ ଆହୁରି ରଙ୍ଗୀନ୍ କରିବା ପାଇଁ ଶାହରୁଖ୍ଙ୍କ ଉପସ୍ଥିତି ଅଧିକ ମାତ୍ରାରେ ଦର୍ଶକୀୟ ଉପସ୍ଥିତି ତିଆରି କରିବା ନିଶ୍ଚିତ ହୋଇଯାଇଛି।
ଏହି ଅବସରରେ ଶାହରୁଖ୍ କହିଛନ୍ତି, ‘ହକି ମୋ ହୃଦୟର ସଂଗୀତ। ମୁଁ ଏହି ଖେଳ ପ୍ରବଳ ଦେଖେ ଏବଂ ବର୍ତ୍ତମାନ ମଧ୍ୟ ଏହି ଖେଳ ପାଇଁ ମୋ ଲୋମ ଟାଙ୍କୁରି ଉଠେ। ଭାରତ ନଭେମ୍ବର ମାସରେ ଭୁବନେଶ୍ୱରେ ହକି ବିଶ୍ୱ କପ୍ ଆୟୋଜନ କରୁଛି, ମୁଁ ଏଥିରେ ଯୋଗ ଦେଉଥିବାରୁ ଆନନ୍ଦିତ।’
Neki aur pooch pooch? Mujhe bolne ki der hai mere bhai, main koodh kar pahunch jaoonga! I wish u and our team the best. Hockey is the pride of India. We will cheer Chak De India! Thank u for thinking of me. Mera Dil Hockey ke liye bahut tez dhadakta hai!!! #HeartBeatsForHockey https://t.co/2F8XA07Khq
— Shah Rukh Khan (@iamsrk) October 9, 2018
ଅନ୍ୟପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଆମ ଭାରତର ଗୋଟିଏ ଯୁବ ଏବଂ ଦୃଢ଼ ଦଳ ରହିଛି। ସେମାନଙ୍କ ପାଇଁ ମୋର ଯଥେଷ୍ଟ ସମର୍ଥନ ରହିଛି। ସେମାନେ ମୋ ପାଇଁ ହିରୋ। ଶାହରୁଖ୍ ଏହି ପିଢ଼ିର ଏବଂ ବିଶେଷ କରି ଯୁବବର୍ଗଙ୍କର ବହୁତ ବଡ଼ ଆଦର୍ଶ। ତାଙ୍କ ଯୋଗଦେବା କେବଳ ଦଳକୁ ସମର୍ଥନ ଯୋଗାଇବ ନାହିଁ, ବରଂ ସମଗ୍ର ଦେଶକୁ ଏହି ଅଭିଯାନରେ ସାମିଲ କରାଇବ।’
୨୭ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ଶାହରୁଖ୍ଙ୍କ ବ୍ୟତୀତ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅସ୍କାର ବିଜେତା ଏଆର ରେହମାନ୍ ମଧ୍ୟ ଯୋଗଦେବେ। ଏହି ଅବସରରେ ଅନ୍ୟ କଳାକାରଙ୍କ ସହିତ ଏହି ଦୁଇ ଖ୍ୟାତନାମା କଳାକାର ସମବେତ କ୍ରୀଡ଼ାପ୍ରେମୀଙ୍କ ମନୋରଞ୍ଜନ କରାଇବେ। ୧୬ଟି ଦଳ ଏଥିରେ ଭାଗନେବାକୁ ଥିଲାବେଳେ ଲିଗ୍ରେ ପ୍ରତ୍ୟେକ ଦଳ ୩ଟି ଲେଖାଏ ମ୍ୟାଚ୍ ଖେଳିବେ।
from Odisha Reporter https://ift.tt/2y7rrzS
No comments:
Post a Comment