ଆପଲ୍ ସହରରେ ସାମସଙ୍ଗର ଷ୍ଟ୍ରାଟେଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଆପଲ୍ ସହରରେ ସାମସଙ୍ଗର ଷ୍ଟ୍ରାଟେଜି

ମାର୍କେଟିଂ ଷ୍ଟ୍ରାଟେଜି ଯେ କେତେ ରୋଚକ ହୋଇ ପାରେ, ତାହା ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ଆପଣାଛାଏଁ ବାରି ହୋଇ ପଡୁଛି। ଆମେ ଏବେ ଦେଖୁଛେ, ଗୋଟେ ଗୋଟେ ନିର୍ଦ୍ଦିଷ୍ଟ ଲୋକପ୍ରିୟ ବ୍ରାଣ୍ଡର ଫାଇଦା ନେବା ପାଇଁ ଅନେକ ସଂସ୍ଥା ପ୍ରୟାସ କରୁଛନ୍ତି। ନିଜ ବ୍ରାଣ୍ଡର ପ୍ରମୋଶନ ପାଇଁ ଏକ ଲୋକାଦୃତ ତଥା ପରିଚିତ ବ୍ରାଣ୍ଡର ନାମ ସହ ସାମଞ୍ଜସ୍ୟ ଥିଲା ଭଳି ନାମ ଦେଉଛନ୍ତି। ଯେପରି ବ୍ରାକବେରି ଓ ବ୍ଲାକ୍ ବିୟର।

ଏଠାରେ ସାମସଙ୍ଗ ଏଭଳି ଏକ ମଜାଦାର୍ ଚାଲ୍ ଖେଳିଛି। ଇଲେକଟ୍ରନିକ୍ସ ଉତ୍ପାଦ ‍କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାମସଙ୍ଗ ଏଭଳି ଏକ ପନ୍ଥା ଆପଣାଇଛି, ଯାହା ଶୁଣିଲେ ଅନ୍ୟକୁ ଶୁଣାଇବାକୁ ଇଚ୍ଛା ହେବ। ଜର୍ମାନୀର ଏକ ଛୋଟ ସହରର ନାମ ଆପେଲ। ଯାହାର ଇଂରାଜୀ ବନାନ ଓ ଉଚ୍ଚାରଣ ପ୍ରାୟ ‘ଆପଲ’ ପରି। ତାହା ଆପଲ ସହର ଭାବେ ପରିଚିତ।

ଏହି ଆପଲ ସହରରେ ସାମସଙ୍ଗ ଏହାର ଗାଲାକ୍ସି ଏସ୍ ୯ ମଡେଲକୁ ମାଗଣାରେ ଲୋକଙ୍କ ମଧ୍ୟରେ ବିତରଣ କରିଛି। ଯାହାର ବଜାର ଦର ଫୋନ ପିଛା ୫୦ ହଜାର ଟଙ୍କାରୁ ବି ଅଧିକ। ଏହି ଛୋଟ ଆପଲ୍ ସହରରେ ମାତ୍ର ୩୧୨ ଜଣ ଲୋକ ବାସ କରୁଥିବା ବେଳେ ସାମସଙ୍ଗ ଏହାର ମାର୍କେଟିଂ ଟିମର ୧୮ ବର୍ଷ ବୟସ୍କ ଯୁବକଙ୍କ ଦ୍ବାରା ଏହି କାରସାଦି କରିଛି।

ମାଗଣାରେ ୫୦ ହଜାର ଟଙ୍କା ମୂଲ୍ୟର ଫୋନ ମିଳୁଥିବାରୁ ସ୍ଥାନୀୟ ଅଧିବାସୀ ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ଏହାକୁ ନେଇ ଏକ ସଂ‍କ୍ଷିପ୍ତ ଭିଡିଓ ମଧ୍ୟ ଭାଇରାଲ ହୋଇଛି।



from Odisha Reporter https://ift.tt/2zMIBUL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages