
ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ପେସ୍ ବୋଲର୍ ଜାହିର ଖାନ୍ ଆଉ କ୍ରିକେଟ୍ ଖେଳୁ ନାହାନ୍ତି। ତେଣୁ ଶୀର୍ଷକଟି ପଢ଼ି ଆପଣ ଭାବୁଥିବେ, ଗାଙ୍ଗୁଲି ତାଙ୍କୁ କି ପରାମର୍ଶ ଦେଲେ?
ଆପଣମାନେ ବୋଧହୁଏ ଜାଣିଥିବେ ଗତକାଲି ଜାହିର ଖାନ୍ଙ୍କ ଜନ୍ମଦିନ ଥିଲା। ଗତକାଲି ସେ ୪୦ ବର୍ଷରେ ପାଦ ଥାପିଲେ। ଏହି ଅବସରରେ ଅନେକ କ୍ରିକେଟର ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୌରଭ ଗାଙ୍ଗୁଲି ବି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ତା’ସହିତ ସେ ତାଙ୍କୁ ଏକ ପରାମର୍ଶ ବି ଦେଇଥିଲେ।
ଜାହିରଙ୍କୁ ଓଜନ କମାଇବାକୁ ସେ ପରାମର୍ଶ ଦେଇଥିଲେ।
ସୌରଭ ଟ୍ୱିଟ୍ କରି କହିଥିଲେ- ଜନ୍ମ ଦିନର ଶୁଭେଚ୍ଛା ଜାହିର…ବର୍ଷଟି ଭଲରେ କଟୁ…ଦୟାକରି ଟିକେ ଓଜନ କମାଅ…
Happy birthday @ImZaheer zed K.. have a great year …please loose some weight…u were India’s strength 🤝
— Sourav Ganguly (@SGanguly99) October 7, 2018
ଅନ୍ୟମାନଙ୍କ ମଧ୍ୟରେ ହରଭଜନ ସିଂହ, ବୀରେନ୍ଦ୍ର ସେହୱାଗ, ଭିଭିଏସ୍ ଲକ୍ଷ୍ମଣ, ମହମ୍ମଦ କୈଫ ଓ ଆର୍ ପି ସିଂହ ପ୍ରମୁଖ ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ।
from Odisha Reporter https://ift.tt/2E7lfx5
No comments:
Post a Comment