ଶୁଟିଂ ମାମଲାରେ ଅର୍ଜୁନ ରଣତୁଙ୍ଗା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଶୁଟିଂ ମାମଲାରେ ଅର୍ଜୁନ ରଣତୁଙ୍ଗା ଗିରଫ

କଲୋମ୍ବ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ତଥା ବହିଷ୍କୃତ ତୈଳମନ୍ତ୍ରୀ ଅର୍ଜୁନ ରଣତୁଙ୍ଗାଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ଶ୍ରୀଲଙ୍କାରେ ଏବେ ରାଜନୀତିକ ସଙ୍କଟ ଦେଖାଯାଇଥିବା ବେଳେ ଏକ ଗୁଳିକାଣ୍ଡ ମାମଲାରେ ରଣତୁଙ୍ଗାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ଅଙ୍ଗରକ୍ଷୀଙ୍କ ଗୁଳିରେ ଗତକାଲି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଶନିବାର ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଂହେଙ୍କୁ ବହିଷ୍କାର କରିଥିଲେ। ଏଥିସହ ଶ୍ରୀଲଙ୍କାର କ୍ୟାବିନେଟ୍‌କୁ ଭାଙ୍ଗିଦେଇଥିଲେ। ଖାଲି ସେତିକି ନୁହେଁ, ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେବେଠାରୁ ଶ୍ରୀଲଙ୍କାରେ ରାଜନୀତିକ ଅସ୍ଥିରତା ଦେଖାଦେଇଛି।

ବିଭିନ୍ନ ସ୍ଥାନରେ ପୁଲିସ୍‌ ଓ ସାଧାରଣ ଜନତା ମୁହାମୁହିଁ ହୋଇଛନ୍ତି। ରାଷ୍ଟ୍ରପତି କ୍ୟାବିନେଟ୍‌ ଭାଙ୍ଗିଦେଥିଲେ ହେଁ ବିକ୍ରମସିଂହେଙ୍କ ମନ୍ତ୍ରୀମାନେ ପୂର୍ବଭଳି ବିଭାଗ ମଧ୍ୟ ପ୍ରେବଶ କରିବାକୁ ଚେଷ୍ଟା କରୁଛନ୍ତି।ଏହାକୁ ନେଇ ବିକ୍ରମସିଂହେ ଓ ରାଜେପାକ୍ସେଙ୍କ ଗୋଷ୍ଠୀ ମୁହାଁମୁହିଁ ହେବାରେ ଲାଗିଛନ୍ତି।



from Odisha Reporter https://ift.tt/2CNwbxO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages