ଗଙ୍ଗାବାଡ଼ରେ ବିପନ୍ନଙ୍କ ସହ କଥା ହେଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଗଙ୍ଗାବାଡ଼ରେ ବିପନ୍ନଙ୍କ ସହ କଥା ହେଲେ ନବୀନ

ଗଜପତି/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ତିତ୍‌ଲି ଉଡାଇ ନେଇଥିଲା ଲୋକଙ୍କ ସ୍ୱପ୍ନ। ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଦକ୍ଷିଣ ଓଡ଼ିଶାକୁ ଉଜାଡି ଦେଇଥିଲା। ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଅନେକଙ୍କ ଜୀବନ ଯାଇଥିଲା। ତେବେ କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୩ ତାରିଖରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଉ ଆଜି ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି।

ବାତ୍ୟାର ପ୍ରାୟ ୭ ଦିନ ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ପରେ ସେ ଚମ୍ପାପୁର, ଗଙ୍ଗାବାଡ଼ ଓ କେରାଣ୍ଡି ପଞ୍ଚାୟତକୁ ଯାଇ ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ ଅନୁକଂପାମୂଳକ ସହାୟତା ରାଶି ୪ ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷ ମିଳିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହ ପାହଡ଼ ଉପରେ ରହୁଥିବା ଲୋକଙ୍କୁ ପାହଡ ତଳେ ଜାଗା ଦେବାକୁ ପଟ୍ଟା ବଣ୍ଟନ ମଧ୍ୟ କରିବା ସହିତ ଘରଦ୍ୱାର ଭାଙ୍ଗିଥିବା ଲୋକଙ୍କୁ ‘ବିଜୁ ପକ୍କାଘର’ ଦିଆଯିବ ବୋଲି ସେ ଘୋଷଣା କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲାର ଭଂଜନଗର ଯାଇ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ। ସେପଟେ ସରକାର ଆଜି ସ୍ୱୀକାର କରିଛନ୍ତି ଗଜପତି ଜିଲ୍ଲାରେ ୩୯ ଜଣଙ୍କ ସହ ବାତ୍ୟା ଓ ବନ୍ୟାରେ ସମୁଦାୟ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ୨୨୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ବାତ୍ୟା ଓ ବନ୍ୟା ପରିଚଳାନା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜକୁ ନେଇ କଡା ସମାଲୋଚନା କରିଛନ୍ତି ବିରୋଧୀ। ନିଜର ବିଫଳତା ଲୁଚାଇବାକୁ ସରକାର ମିଛ ପରେ ମିଛ କହୁଛନ୍ତି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସରକାରଙ୍କ ଖାମଖିଆଲ୍‌ ନୀତି ଯୋଗୁ ଏତେ ଲୋକ ମଲେ ବୋଲି ବିଜେପି କହିଛି।

ଗଜପତିକୁ କଂଗ୍ରେସ୍ ଟିମ୍ ଅନୁଧ୍ୟାନ କରିଫେରିଛି। ବିଜେପି ଟିମ୍‌ ମଧ୍ୟ ଗଙ୍ଗାବାଡ଼ ଗ୍ରାଉଣ୍ଡ ଜିରୋ ଗସ୍ତ କରିଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ପରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଜପତି ଓ ଗଂଜାମ ଜିଲ୍ଲା ଗସ୍ତରେ ଯିବେ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି-“ତିତ୍‌ଲିକୁ ୬ ଦିନ ବିତିଗଲାଣି। ହେଲେ ରାଜ୍ୟ ସରକାର ସତ କଥା କହିପାରୁନାହାନ୍ତି। ମିଥ୍ୟାର ଆଶ୍ରୟ ନେଉଛନ୍ତି। ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ। ନକଲେ କଂଗ୍ରେସ ରାଜରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବ।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ତିତ୍‌ଲି ପ୍ରଭାବରେ ରାଜ୍ୟର ଲୋକେ ଗଣହତ୍ୟାର ଶିକାର ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ଖାମ୍‌ଖିଆଲ୍‌ ନୀତି ଦାୟୀ। ତେଣୁ ଆଜି ଯେଉଁ ଘୋଷଣା ହୋଇଛି, ତାହା ଲୋକଙ୍କ ପାଖରେ ପହଞ୍ଚିବ ତ?”



from Odisha Reporter https://ift.tt/2RXxyPn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages