
ନୂଆଦିଲ୍ଲୀ: ଗୁଜରାଟର ପାରମ୍ପରିକ ନୃତ୍ୟ ‘ଗର୍ବା’ ବେଶ୍ ପ୍ରସିଦ୍ଧ। ନବରାତ୍ରୀରେ ‘ଗର୍ବା’ ନୃତ୍ୟ ବିନା ମା’ଙ୍କର ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। ‘ଗର୍ବା’ର ଜନ୍ମ ଗୁଜରାଟରେ ହୋଇଥିଲେ ମଧ୍ୟ ଏହା ଦେଶର ବିଭିନ୍ନ ଭାଗରେ ବେଶ୍ ଲୋକପ୍ରିୟ।
ଏହି ‘ଗର୍ବା’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ବର୍ଷ ତଳେ ଏକ ଗୀତ ଲେଖିଥିଲେ। ଆଉ ତାଙ୍କର ଏହି ଗୀତର ତାଳେ ତାଳେ ଅହମ୍ମଦାବାଦ୍ର କିଛି ଦୃଷ୍ଟିହୀନ ଝିଅ ‘ଗର୍ବା’ ନୃତ୍ୟ କରିଛନ୍ତି।
ଏହି ଝିଅମାନେ ଅହମ୍ମଦାବାଦରେ ଥିବା ‘ଅନ୍ଧ କନ୍ୟା ପ୍ରକାଶ ଗୃହ’ରେ ରହନ୍ତି। ସେମାନେ ସାମୂହିକ ଭାବରେ ମୋଦିଙ୍କ ଦ୍ୱାରା ଲେଖା ଯାଇଥିବା ଗୀତରେ ନୃତ୍ୟ କରିଛନ୍ତି। ଏହାର ଭିଡିଓକୁ ପ୍ରଧାନମନ୍ତ୍ରୀ ମଧ୍ୟ ସୋଶାଲ୍ ମିଡିଆରେ ସେୟାର୍ କରିଛନ୍ତି।
Touched to see this.
The spirit of this Garba has been brought to life by these daughters!
Hope everyone’s having a blessed Navratri. https://t.co/8JjwIJvdTL
— Narendra Modi (@narendramodi) October 13, 2018
ମୋଦି ଏହି ଗୀତଟିକୁ ଗୁଜରାଟୀ ଭାଷାରେ ଲେଖିଛନ୍ତି। ଗୀତଟିର ଶୀର୍ଷକ ହେଉଛି ‘ଘୁମେ ଏଇନୋ ଗର୍ବୋ’।
କେବଳ ଏହି ଗୀତ ନୁହେଁ, ପୂର୍ବରୁ ମୋଦି ‘ରାମଟା ରାମ୍ ଅକେଲା’ ନାମରେ ଏକ କବିତା ମଧ୍ୟ ଗୁଜରାଟୀ ଭାଷାରେ ଲେଖି ପ୍ରକାଶ କରିଥିଲେ।
from Odisha Reporter https://ift.tt/2IW0za2
No comments:
Post a Comment