
ସମ୍ବଲପୁର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାକୁ ନେଇ ଓକିଲମାନେ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଆଜି ସମ୍ବଲପୁରରେ ଓକିଲମାନଙ୍କ ଆନ୍ଦୋଳନରୁ ଜିଲ୍ଲା ଦୌରା ଜଜ୍ ମଧ୍ୟ ବର୍ତ୍ତି ନାହାନ୍ତି। ଓକିଲମାନେ ଜଜ୍ଙ୍କୁ କୋର୍ଟକୁ ଯିବାକୁ ଦେଇ ନାହାନ୍ତି।
ଆଜି ଜିଲ୍ଲା ସକାଳେ ଦୌର ଜଜ୍ କୋର୍ଟକୁ ଆସୁଥିବା ବେଳେ ଆନ୍ଦୋଲନରତ ଓକିଲମାନେ ତାଙ୍କୁ କଚେରୀ ଛକରେ ନିକଟରେ ଅଟକାଇ ଦେଇଥିଲେ। ତାଙ୍କୁ ଓକିଲମାନେ ଅଟକାଇଥିଲେ।
ଓକିଲଙ୍କ ଅଭିଯୋଗ ହେଲା ଗତ ଦୁଇମାସ ହେଲା ସେମାନେ ଧାରଣା ଦେଇଛନ୍ତି। ଏଥିପାଇଁ ଜିଲ୍ଲାରେ ଆଇନ ସେବା ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ଦୌରା ଜଜ୍ ଜିଲ୍ଲା ଆଇନ ବ୍ୟବସ୍ଥାର ମୁଖ୍ୟ ହୋଇଥିବାରୁ ସେ, ଏହାର ସମାଧାନର ପନ୍ଥା ବାହାର କରିବାର ଆବଶ୍ୟକ ରହିଛି। ତେଣୁ ଦୌରା ଜଜ୍ଙ୍କୁ ଅଟକାଇ ଏ ସଂପର୍କରେ ଆଲୋଚନା ହୋଇଥିଲା।
from Odisha Reporter https://ift.tt/2CGgKYh
No comments:
Post a Comment