
ପାଟକୁରା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ-ତିକନପୁରୁ ରାସ୍ତାର ଭଦକମଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତକ ଦ୍ୱୟ ହେଲେ ରାଜନ ସୁତାର ଓ ପିଣ୍ଟୁ ପଟ୍ଟନାୟକ। ସେମାନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପନ୍ଦିଆ ଗାଁରେ।
ସୂଚନା ଅନୁସାରେ, ରାଜନ ଓ ପିଣ୍ଟୁ କଳାବୁଦାରେ ହେଉଥିବା ଦୁର୍ଗାପୂଜା ଭସାଣି ଦେଖି ବାଇକ୍ରେ ଘରକୁ ଫେରୁଥିଲେ। ଭଦକମଳ ନିକଟରେ ସେମାନଙ୍କୁ ପଛପଟୁ ଏକ ଗାଡ଼ି ଧକ୍କା ଦେଇ ଚାଲିଯାଇଥିବା କୁହାଯାଉଛି। ଏହା ଧକ୍କା ଫଳରେ ଉଭୟ ବାଇକ୍ରୁ ଛିଟିକି ପଡ଼ିଥିଲେ। ସେମାନଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିଲା। ଦୁହେଁ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ିଥିଲେ।
ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ପହଞ୍ଚି ଉଭୟଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପାଟକୁରା ଥାନା ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
from Odisha Reporter https://ift.tt/2NSBWvO
No comments:
Post a Comment