
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ଆପଣ ପ୍ରାୟ ପ୍ରତ୍ୟେକ ଦିନ କୌଣସି ସ୍ୱପ୍ନ ଦେଖୁଥିବେ। କୁହାଯାଏ, ବ୍ୟକ୍ତିଙ୍କ ଜୀବନ ସହ ସେ ଦେଖୁଥିବା ସ୍ୱପ୍ନର କିଛି ନା କିଛି ସମ୍ପର୍କ ଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସ୍ୱପ୍ନର ଅନେକ ସଙ୍କେତ ରହିଛି। ଯଦି କୌଣସି ସ୍ୱପ୍ନକୁ ଆପଣ ବାରମ୍ୱାର ଦେଖୁଛନ୍ତି, ତେବେ ଏହା ଆପଣଙ୍କ ଜୀବନରେ ଘଟିବାକୁ ଥିବା କୌଣସି ଘଟଣାର ଏକ ସଙ୍କେତ ବୋଲି କୁହାଯାଏ।
ସେହିପରି ଆପଣ ବାରମ୍ବାର ସ୍ୱପ୍ନରେ ପାଣିର ଭିନ୍ନ ଭିନ୍ନ ରୂପ ଦେଖିଲେ, ବାସ୍ତୁ ଶାସ୍ତ୍ରରେ ଏହା କେଉଁ ସବୁ ଭବିଷ୍ୟତ ଘଟଣାର ସଂକେତ, ତାହା ଉଲ୍ଲେଖ କରାଯାଇଛି। ଆସନ୍ତୁ ଜାଣିବା, ସେସବୁ କ’ଣ।
ଯଦି ଆପଣ ସ୍ୱପ୍ନରେ ବର୍ଷା ପାଣି ଦେଖୁଛନ୍ତି, ତେବେ ଏହାକୁ ଶୁଭ ବୋଲି କୁହାଯାଏ। ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କ ସହିତ କିଛି ଭଲ ହେବାକୁ ଯାଉଛି।
ସ୍ୱପ୍ନରେ କୂଅ ଭିତର ପାଣିକୁ ଅନେକ ଦେଖିଥା’ନ୍ତି। ଯଦି ଆପଣ ଏପରି ସ୍ୱପ୍ନ ଦେଖୁଛନ୍ତି, ତେବେ ଖୁବ୍ଶୀଘ୍ର ଆପଣଙ୍କୁ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସ୍ୱପ୍ନରେ ନଦୀ ପାଣି ଦେଖିବା ଶୁଭ ବୋଲି କୁହାଯାଇଥାଏ। ଏପରି ସ୍ୱପ୍ନ ଦେଖିଥିବା ବ୍ୟକ୍ତିଙ୍କ ଇଚ୍ଛା ଓ ଆକାଂକ୍ଷା ଶୀଘ୍ର ପୂରଣ ହୋଇଥାଏ।
ଯଦି ଆପଣ ସ୍ୱପ୍ନରେ ସଫାସୁତୁରା ପାଣି ଦେଖୁଛନ୍ତି, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହାର ଅର୍ଥ ଆପଣଙ୍କୁ ବିଭିନ୍ନ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି।

ସେହିପରି ଅନେକ ବ୍ୟକ୍ତି ସ୍ୱପ୍ନରେ ସମୁଦ୍ର ପାଣି ଦେଖିଥା’ନ୍ତି। ଏହାର ସଙ୍କେତ ହେଉଛି, ଆପଣ ଜୀବନରେ କରିଥିବା ଭୁଲ୍ର ସମାଧାନ କରିବାକୁ ଚାହୁଁଛନ୍ତି।
ତେବେ ସ୍ନପ୍ନରେ ବନ୍ୟା ପାଣି ଦେଖିଲେ, ଏହାକୁ ଅଶୁଭ ବୋଲି କୁହାଯାଇଥାଏ। ଏହାର ଅର୍ଥ ଆଗାମୀ ଦିନରେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।
ଯଦି କୌଣସି ବ୍ୟକ୍ତି ପାଣିରେ ବୁଡ଼ି ଯାଉଥିବା ଆପଣ ସ୍ୱପ୍ନରେ ଦେଖିଛନ୍ତି, ତେବେ ଏହାକୁ ଶୁଭ କୁହାଯାଏ। ଏପରି ସ୍ୱପ୍ନ ଦେଖିଲେ, ଆପଣ କିଛି ଭଲ କାମ କରିବାକୁ ଯାଉଥିବାର ସଙ୍କେତ ମିଳିଥାଏ
ତେବେ ଆପଣ ସ୍ୱପ୍ନରେ ଇଚ୍ଚା ସ୍ଥାନରୁ ପାଣି ପଡ଼ିବା ବା ଝରଣାର ସ୍ୱପ୍ନ ଦେଖିଲେ, ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି କୁହାଯାଇଛି। ଯଦି ଆପଣ ନିଜକୁ ଉଚ୍ଚା ସ୍ଥାନରେ ଥିବା ପାଣିରୁ ତଳକୁ ଆସୁଥିବା ସ୍ୱପ୍ନ ଦେଖୁଛନ୍ତି, ତେବେ ଭବିଷ୍ୟତରେ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କୌଣସି ସମସ୍ୟାର ଏହା ସଙ୍କେତ ବୋଲି କୁହାଯାଏ।
from Odisha Reporter https://ift.tt/2R9QTvQ
No comments:
Post a Comment