
ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ହରିପୁର ପଞ୍ଚାୟତ ଶଇଦାବାଦ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଶାଳକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ସକମ୍ ଖାଁ (୨୪)। ତାଙ୍କ ଭିଣୋଇଙ୍କ ନାଁ ଭାଲୁ ଖାଁ।
ସକମ୍ଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ପରିବାର ଲୋକେ କହିଛନ୍ତି।
ଭାଲୁଙ୍କ ବହୁ ପତ୍ନୀ ଗ୍ରହଣକୁ ସକମ୍ ବିରୋଧ କରିଥିଲେ। ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଛି।
ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଭାଲୁ ଖାଁଙ୍କ ଘର ଓ ୨ଟି ଅଟୋରେ ଗାଁ ଲୋକେ ନିଆଁ ଲଗାଇ ଦେଇଥିଲେ।
from Odisha Reporter https://ift.tt/2ROMzmu
No comments:
Post a Comment