ଦୁର୍ଭାଗ୍ୟର କାରଣ ସାଜିପାରେ ଘରେ ଥିବା ଘଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଦୁର୍ଭାଗ୍ୟର କାରଣ ସାଜିପାରେ ଘରେ ଥିବା ଘଣ୍ଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ଘର ଉପରେ ଓ ଘରର ପ୍ରତ୍ୟେକ ଲୋକଙ୍କ ଉପରେ ପ୍ରଭାବ ରହିଥାଏ। ବିଶେଷ କରି ଘଣ୍ଟାର କିଛି ଅଲଗା ପ୍ରଭାବ ପଡ଼ିଥାଏ। ଘଣ୍ଟା କେବଳ ଆପଣଙ୍କୁ ସମୟ ବତାଇ ନ ଥାଏ, ଏହା ଆପଣଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ବୋଲି ଶାସ୍ତ୍ର କୁହେ। କେତେବେଳେ ଏହା ଆପଣଙ୍କ ଭାଗ୍ୟ ଖୋଲି ଦିଏ ଓ ଅନେକ ସଫଳତା ଆଣିଦିଏ ତ ପୁଣି କେତେବେଳେ ଏହାର ବିପରୀତ ପ୍ରଭାବ ପକାଇଥାଏ। ଯଦି ଅନେକ ସମୟ ଧରି ଆପଣଙ୍କର ଖରାପ ସମୟ ଚାଲିଛି ତେବେ ଏହା ପଛର କାରଣ ଆପଣଙ୍କ ଘରେ ଥିବା ଘଣ୍ଟା ହୋଇପାରେ। କିନ୍ତୁ ଯଦି କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଆଯାଏ ତେବେ ଏହା ଆପଣଙ୍କ ଖରାପ ସମୟକୁ ଭଲ ସମୟରେ ପରିଣତ କରିପାରିବ।

ଘରେ ଅଚଳ ଘଣ୍ଟା ରଖନ୍ତୁ ନାହିଁ

ଘରେ ଅଚଳ କିମ୍ବା ଭଙ୍ଗାରୁଜା ଘଣ୍ଟା ରଖିବା ଅଶୁଭ। ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ଥମିବାକୁ ଲାଗେ। ତେଣୁ ଘଣ୍ଟା ଖରାପ ହୋଇଗଲେ କି ଟିକେ ଭାଙ୍ଗିଗଲେ, ଏହାକୁ ତୁରନ୍ତ ଘରୁ ହଟାଇ ଦିଅନ୍ତୁ, ନ ହେଲେ ଏହା ଆପଣଙ୍କ ଦୁର୍ଭାଗ୍ୟର କାରଣ ମଧ୍ୟ ସାଜିପାରେ।

ଘରର ଦକ୍ଷିଣ ଦ୍ୱାରରେ ଘଣ୍ଟା ଲଗାନ୍ତୁ ନାହିଁ

ବାସ୍ତୁଶାସ୍ତ୍ରରେ ଘରର ଦକ୍ଷିଣ ଦିଗକୁ ଯମଙ୍କ ଦିଗ ଭାବେ ବିବେଚନା କରାଯାଏ। ଏହି ଦିଗରେ ଘଣ୍ଟା ଲଗାଇଲେ ପ୍ରଗତି ଅବରୋଧ ହୋଇଯାଏ। ଯାହାକି ଘରର ମୁଖିଆଙ୍କ ପାଇଁ ଆଦୌ ଭଲ ନୁହେଁ ।ଏ ଦିଗରେ ଘଣ୍ଟା ଲଗାଇଲେ ଘରର ମୁଖିଆଙ୍କର ଦେହ ଅସୁସ୍ଥ ହୋଇଥାଏ।

ଘରର ମୁଖ୍ୟ ଦ୍ୱାରରେ ଘଣ୍ଟା ଲଗାନ୍ତୁ ନାହିଁ

ଘରର ମୁଖ୍ୟ ଦ୍ୱାର ଉପରେ ଘଣ୍ଟା ଲଗାଇବା ଅଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଘରେ ଅଶାନ୍ତି ବଢ଼ିଥାଏ। ଏଥିରେ ଘରୁ ଯିବା ଆସିବାବେଳେ ଅନେକ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ଅନେକ ପ୍ରକାରର ସମସ୍ୟା ଭୋଗିବାକୁ ପଡ଼ିଥାଏ।

ଏହି ଦିଗରେ ଘଣ୍ଟା ଲଗାଇବା ଶୁଭ 

ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ଲଗାଇବା ଉଚିତ୍।  ପୂର୍ବ ଦିଗରେ ଲଗାଇଲେ ଘର ହସଖୁସିରେ ଭରିଯାଏ। ସେହିଭଳି ପଶ୍ଚିମ ଦିଗରେ ଲଗାଇଲେ ଘରର ସଦସ୍ୟମାନଙ୍କୁ ସଫଳତା ପାଇଁ ବିଭିନ୍ନ ଅବସର ମିଳିଥାଏ ଓ ଉତ୍ତର ଦିଗରେ ଲଗାଇଲେ ଘରେ ଧନର ଅଭାବ ଦେଖାଦେଇ ନ ଥାଏ।



from Odisha Reporter https://ift.tt/2NsfoSn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages