ଦୁଇ ଦିନ ଘରେ ତାଲା ପକାଇ ନେପାଳୀ ଯୁବତୀଙ୍କୁ ଗଣଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଦୁଇ ଦିନ ଘରେ ତାଲା ପକାଇ ନେପାଳୀ ଯୁବତୀଙ୍କୁ ଗଣଦୁଷ୍କର୍ମ

police

ଜୟପୁର:ରାଜସ୍ଥାନ ଜୟପୁରର ମୁହାନା ଥାନା ଅଞ୍ଚଳରେ ଜଣେ ୨୩ ବର୍ଷୀୟ ନେପାଳୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ଲୋକେଶ ସେନୀ (୧୯) ଓ କମଲ ସେନୀ (୨୪)। ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ୍‌ ଏହି ଦୁଇ ଜଣଙ୍କୁ ଗିରଫ କରିଛି।

ଏହି ଘଟଣାକୁ ନେଇ ଥାନା ଅଧିକାରୀ କହିଛନ୍ତି,“ ନେପାଳୀ ଯୁବତୀଙ୍କୁ  ଏହି ଦୁଇ ଅଭିଯୁକ୍ତ ଶୁକ୍ରବାର ଓ ଶନିବାର ଏକ ରୁମ୍‌ରେ ତାଲା ପକାଇ ଦୁଷ୍କର୍ମ କରିଥିଲେ। ତେବେ ଗତକାଲି ଭୋର ପ୍ରାୟ ୩ଟା ବେଳେ ପୀଡ଼ିତା ଉଲଗ୍ନ ଅବସ୍ଥାରେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାରକୁ ଉଦ୍ୟମ କରୁଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ପୀଡ଼ିତାର ଚିକିତ୍ସା ଚାଲିଛି।”



from Odisha Reporter https://ift.tt/2R6CyQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages