ଚୁଟି ଷ୍ଟ୍ରେଟ୍‌ କରିବା ଆପଣଙ୍କୁ ପଡ଼ିପାରେ ମହଙ୍ଗା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଚୁଟି ଷ୍ଟ୍ରେଟ୍‌ କରିବା ଆପଣଙ୍କୁ ପଡ଼ିପାରେ ମହଙ୍ଗା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁନ୍ଦର ଦେଖାଯିବା ପାଇଁ ବର୍ତ୍ତମାନ ସମୟରେ ପ୍ରାୟତଃ ମହିଳା କେଶକୁ ସିଧା କରିବା ବା ଷ୍ଟ୍ରେଟ୍‌ କରିବା ପାଇଁ ପସନ୍ଦ କରୁଛନ୍ତି। ଏଥିପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ଏସବୁ କରିବା ପାଇଁ ପାର୍ଲର୍‌ରେ ଇଲେକ୍‌ଟ୍ରୋନିକ୍‌ସ୍‌ ଉପକରଣ, ଜେଲ୍ ଓ କେମିକାଲ୍‌ ସାମଗ୍ରୀ କେଶରେ ଲଗାଯାଇଥାଏ। ଆପଣଙ୍କ କେଶ ଷ୍ଟ୍ରେଟ୍‌ ହେବାର କିଛି ଦିନ ପରେ କେଶ ଶୁଖିବାକୁ ଲାଗିଥାଏ।ଏହାର କାରଣ ଏଥିରେ ବ୍ୟବହୃତ ହୋଇଥିବା କେମିକାଲ୍‌। କାରଣ ଅତ୍ୟଧିକ କେମିକାଲ୍‌ ଯୋଗୁ ଆପଣଙ୍କ କେଶ ଜଳିଯାଇଥାଏ।

ଏହା ସହିତ କେଶରେ ଥିବା ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଥାଏ। ତେବେ କେଶ ଷ୍ଟ୍ରେଟ୍ କରିବା ଦ୍ୱାରା ଅନେକ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ।
ଶୁଷ୍କ ହୋଇଯିବା

କେଶକୁ ଷ୍ଟ୍ରେଟ୍‌ କରିବା ପରେ ପ୍ରଥମେ ଆପଣଙ୍କ କେଶ ଶୁଷ୍କ ହେବା ଆରମ୍ଭ ହୋଇଥାଏ। କେମିକାଲ୍‌ ଓ ହିଟ୍‌ ଆପଣଙ୍କ କେଶରେ ଥିବା ସମସ୍ତ ପୋଷକ ତତ୍ତ୍ୱକୁ ନଷ୍ଟ କରିଦିଏ।
କେଶ ଫାଟିବା
ଷ୍ଟ୍ରେଟ୍‌ କରିବା ପରେ କେଶ ଶୁଷ୍କ ହେବା ଯୋଗୁ ଦୁର୍ବଳ ମଧ୍ୟ ହୋଇଯାଇଥାଏ। ଯେଉଁ କାରଣରୁ କେଶ ମଝିରୁ ଫାଟି ଯାଇଥାଏ। ଏହା ସହିତ କେଶ ଅଗ୍ରଭାଗ ଦୋମୁହାଁ ହେବା ଆରମ୍ଭ ହୋଇଥାଏ। ଯାହା ଦ୍ୱାରା ଆପଣଙ୍କ କେଶ ଖରାପ ହେବାକୁ ଲାଗେ।
କେଶ ଝଡ଼ିବା
ପ୍ରତିଦିନ କେଶକୁ ଷ୍ଟ୍ରେଟ୍‌ କରିବା ଦ୍ୱାରା କେଶରେ ଥିବା ଫଲିକଲ୍ସ୍‌ ମଧ୍ୟ ନଷ୍ଟ ହୋଇଥାଏ। କେଶକୁ ଚିରସ୍ଥାୟୀ ସିଧା କରିବା ପାଇଁ ଯେଉଁ କେମିକାଲ୍‌ ପ୍ରୟୋଗ କରାଯାଇଥାଏ, ତାହା ଦ୍ୱାରା କେଶର ମୂଳ ଦୁର୍ବଳ ହୋଇଥାଏ।
କେଶ ମୂଳ କୁଣ୍ଡାଇ ହେବା
ଷ୍ଟ୍ରେଟ୍‌ ହେବା ପରେ କେଶରେ ଥିବା ଫଲିକଲ୍ସ୍‌ ନଷ୍ଟ ହୋଇଥାଏ। ଏହା ଦ୍ୱାରା ପ୍ରାକୃତିକ ଉପାୟରେ କେଶରେ ତେଲ ଉତ୍ପନ୍ନ ହେବା ବନ୍ଦ ହୋଇଯାଇଥାଏ। ଯେଉଁ କାରଣରୁ କେଶ ଶୁଷ୍କ ହୋଇ ଏହାର ମୂଳ କୁଣ୍ଡାଇ ହେବା ଆରମ୍ଭ ହୁଏ। କେବଳ ଏତିକି ନୁହେଁ ଏହା ଯୋଗୁ ରୂପି ମଧ୍ୟ ସୃଷ୍ଟି ହୋଇଥାଏ। ଏହି ରୂପି ଯୋଗୁ କେଶ ମୂଳ ସହିତ ବେକ ଏବଂ ମଥା ମଧ୍ୟ କୁଣ୍ଡାଇ ହୋଇଥାଏ।



from Odisha Reporter https://ift.tt/2CRo3w5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages