ଏହି ଛୋଟ ବାସ୍ତୁ ଟିପ୍ସ୍‌ ଆପଣଙ୍କ ଜୀବନକୁ ସହଜ କରିଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ଏହି ଛୋଟ ବାସ୍ତୁ ଟିପ୍ସ୍‌ ଆପଣଙ୍କ ଜୀବନକୁ ସହଜ କରିଦେବ

home

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ବେଳେ ବେଳେ ଜୀବନରେ ଛୋଟ ଛୋଟ ସମସ୍ୟା ବଡ଼ ରୂପ ନେଇଥାଏ। ତେବେ ଅଧିକାଂଶଙ୍କୁ ଏହି ଛୋଟ ସମସ୍ୟା ସବୁର ସମାଧାନ ବାଟ ଜଣା ନଥାଏ। ବାସ୍ତୁଶାସ୍ତ୍ରରେ ଏହିସବୁ ଛୋଟ ସମସ୍ୟାର ସମାଧାନ ପାଇଁ କିଛି ଟିପ୍ସ ରହିଛି। ଆସନ୍ତୁ ଜାଣିବା, ସେଗୁଡ଼ିକ କ’ଣ।

ଯଦି ଆପଣଙ୍କ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ଲାଗୁଛି ଏବଂ ଆପଣ ଏହାର ସ୍ଥାୟୀ ପ୍ରତିକାର ଚାହୁଁଛନ୍ତି, ତେବେ ବେଡ୍‌ରୁମ୍‌ର ଦକ୍ଷିଣ-ପଶ୍ଚିମ କୋଣରେ ସ୍ୱାମୀ-ସ୍ତ୍ରୀଙ୍କର ଏକ ଫଟୋ ଲଗାନ୍ତୁ। ଘରକୁ ଶାନ୍ତି ଅବଶ୍ୟ ଫେରିବ।

ଯଦି ଆପଣଙ୍କ ଅଫିସ୍‌ରେ ଏପରି କୌଣସି ବନ୍ଧୁ ବା ବ୍ୟକ୍ତି ଅଛନ୍ତି, ଯାହାଙ୍କ ସାହାଯ୍ୟ ଏବଂ ସମର୍ଥନ ଆପଣଙ୍କୁ ନିହାତି ଦରକାର, ତେବେ ଅଫିସ୍‌ର ବୈଠକ କିମ୍ୱା ଉତ୍ତର-ପଶ୍ଚିମ କୋଣରେ ସେହି ବ୍ୟକ୍ତିଙ୍କର ଏକ ଫଟୋ ଲଗାନ୍ତୁ। ଦେଖିବେ, ଆପଣଙ୍କୁ ତାଙ୍କ ସାହାଯ୍ୟ ନିଶ୍ଚୟ ମିଳିବ।

ଯଦି ଆପଣଙ୍କ ଝିଅର ବିବାହରେ ବିଳମ୍ୱ ହେଉଛି, ତେବେ ଝିଅର ବେଡ୍‌ରୁମ୍‌କୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ ଏବଂ ସବୁବେଳେ ସେହି ଦିଗକୁ ପରିଷ୍କାର ରଖନ୍ତୁ।

ବ୍ୟବସାୟରେ କ୍ଷତି ହେଉଥିଲେ, ଲାଲ୍‌ ରଙ୍ଗର ଏକ ବୋର୍ଡରେ ଆପଣଙ୍କ କମ୍ପାନୀର ନାଁ ଲେଖି ଦକ୍ଷିଣ ଦିଗରେ ଟାଙ୍ଗି ଦିଅନ୍ତୁ। ଦେଖିବେ, ଲାଭ ହେବ।

ଯଦି ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ବଢ଼ୁଛି, ତେବେ ପରିବାରର ଏକ ଗ୍ରୁପ୍‌ ଫଟୋକୁ ଡ୍ରଇଂ ରୁମ୍‌ରେ ଟାଙ୍ଗନ୍ତୁ। ଏହା ଦ୍ୱାରା ସୁଫଳ ମିଳିବ।

ସନ୍ତାନ ପ୍ରାପ୍ତି ହେଉ ନଥିବା ଦମ୍ପତି ଘରର ଉତ୍ତର-ପୂର୍ବ କୋଣରେ ଶ୍ରୀକୃଷ୍ଣଙ୍କ ଫଟୋ ଲଗାଇ ପ୍ରତିଦିନ ଏହି ଫଟୋକୁ ଦର୍ଶନ କରନ୍ତୁ। ଖୁବ୍‌ଶୀଘ୍ର ଶୁଭଫଳ ପ୍ରାପ୍ତ ହେବ।

ଯଦି ଆପଣଙ୍କ ପିଲାଏ ଅଧିକ ଦୁଷ୍ଟାମୀ କରୁଛନ୍ତି, କଥା ମାନୁ ନାହାନ୍ତି ଏବଂ ଜିଦ୍‌ କରୁଛନ୍ତି, ତେବେ ସେମାନଙ୍କ ବେଡ୍‌ରୁମ୍‌କୁ ଘରର ପଶ୍ଚିମ କିମ୍ୱା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ।



from Odisha Reporter https://ift.tt/2E3bxvK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages