ପେଟ୍ରୋଲ, ଡିଜେଲରୁ ଶସ୍ତା ହେଲା ବିମାନ ଇନ୍ଧନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ପେଟ୍ରୋଲ, ଡିଜେଲରୁ ଶସ୍ତା ହେଲା ବିମାନ ଇନ୍ଧନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ବିମାନ ଉଡ଼ିବା ପାଇଁ ଯେଉଁ ଇନ୍ଧନ ବ୍ୟବହାର କରାଯାଉଛି ସେଥିରେ ଗୁରୁବାର ୨.୬% ଦର ହ୍ରାସ ହୋଇଛି। ସରକାର ବୁଧବାର ଏଥିରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଦର ହ୍ରାସ ହୋଇଛି ବୋଲି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପ୍ରକାଶ କରିଛନ୍ତି।

ଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ତୁଳନାରେ ବିମାନ ଇନ୍ଧନ ଶସ୍ତା ହୋଇଛି। ନୂଆଦିଲ୍ଲୀରେ ଏହି ଇନ୍ଧନ ଦର ଲିଟର ପିଛା ୭୨ ଟଙ୍କା ୬ ପଇସାକୁ ଖସି ଆସିଛି। ମୁମ୍ବାଇରେ ଏହା ୭୪ ଟଙ୍କା ୧୭ ପଇସାକୁ ହ୍ରାସ ପାଇଛି।

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୧୪ ପରଠାରୁ ବିମାନ ଇନ୍ଧନ ଦର କେବେ ଏତେ ମାତ୍ରାରେ ହ୍ରାସ ହୋଇ ନଥିଲା।

ବିମାନ ଇନ୍ଧନରେ କେନ୍ଦ୍ର ସରକାର ୧୪% ଉତ୍ପାଦ ଶୁଳ୍କ ଲାଗୁ କରୁଥିବା ବେଳେ ବୁଧବାର ଏହାକୁ ୧୧% କୁ ହ୍ରାସ କରିଛନ୍ତି। ଏହା ବାଦ୍ ବିଭିନ୍ନ ରାଜ୍ୟ ସରକାର ଏଥିରେ ୩୦% ପର୍ଯ୍ୟନ୍ତ ମୂଲ୍ୟ ଯୁକ୍ତ ଟିକସ(ଭାଟ୍) ଲାଗୁ କରୁଛନ୍ତି। ଓଡିଶା ଏବଂ ଛତିଶଗଡ ସରକାର ଏଥିରେ ୫% ଭାଟ୍ ଲାଗୁ କରୁଥିବା ବେଳେ ତାମିଲନାଡ଼ୁ ୨୯%, ମହାରାଷ୍ଟ୍ର ଓ ଦିଲ୍ଲୀ ୨୫% ଏବଂ କର୍ନାଟକ ସରକାର ୨୮% ଭାଟ୍ ଲାଗୁ କରୁଛନ୍ତି।



from Odisha Reporter https://ift.tt/2CClM8W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages