ଏହି କାମ କଲେ ଦୂର ହୁଏ ଶନିଦଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଏହି କାମ କଲେ ଦୂର ହୁଏ ଶନିଦଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶନିଙ୍କର କୋପ ଦୃଷ୍ଟି ରହିଲେ, ମଣିଷ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ। ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକେ ଗ୍ରହ ଅନୁସାରେ ଅନେକ କାର୍ଯ୍ୟ କରିଥାନ୍ତି।

ସେହିପରି ଆପଣଙ୍କର ଯଦି ଶନିଦଶା ଚାଲିଛି, ତେବେ ଏହାର ପ୍ରତିକାରର ଉପାୟ ଆପଣଙ୍କ ରୋଷେଇ ଘରେ ରହିଛି।

ଜାଣିଛନ୍ତି କେମିତି ? ତା ହେଲେ ପଢନ୍ତୁ।

ସମସ୍ତଙ୍କ ରୋଷେଇ ଘରେ ଅଟା ଥାଏ। ଏହି ଅଟାକୁ ବ୍ୟବହାର କରି ଆପଣ ନିଜ ଶନିଦଶାକୁ ଦୂର କରିପାରିବେ। ଭିନ୍ନ ଭିନ୍ନ ସମସ୍ୟା ପାଇଁ ଆପଣ ଏହାକୁ ବ୍ୟବହାର କରିପାରନ୍ତି। ତେବେ ଆସନ୍ତୁ ଜାଣିବା, ଅଟା କିପରି ଶନିଦଶା ଏବଂ ଆପଣଙ୍କ ଘରର ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ।
୧. ଶନିଙ୍କର ମହାଦଶାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଶନିବାର ମାଛମାନଙ୍କୁ ଅଟାଗୁଳି ଖାଇବାକୁ ଦିଅନ୍ତୁ।
୨. ପ୍ରତ୍ୟେକ ଶନିବାର ମଇଁଷିଙ୍କୁ ଅଟାରୁ ତିଆରି ରୁଟି ଖାଇବାକୁ ଦିଅନ୍ତୁ। ରୁଟି ଖାଇବାକୁ ଦେବା ପୂର୍ବରୁ ପ୍ରଥମେ ନିଜ ଉପରେ ସାତ ଥର ଘୂରାଇ ଆଣନ୍ତୁ। ଏପରି କଲେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।
୩. ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରଖିବା ପାଇଁ ପ୍ରତ୍ୟେକ ଗୁରୁବାର ଅଟାରେ ଡ଼ାଲି, ଗୁଡ଼, ଏବଂ ଗୁଣ୍ଡ ହଳଦୀ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।
୪. ଋଣଭାରରୁ ରକ୍ଷା ପାଇବା ପାଇଁ ଅଟାରେ ଚିନିକୁ ଗୁଣ୍ଡ କରି ମିଶାନ୍ତୁ। ଏହି ମିଶ୍ରଣକୁ କଳା ପିମ୍ପୂଡ଼ିକୁ ଖାଇବାକୁ ଦିଅନ୍ତୁ।

୫. ପରିବାରରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଅଟାରେ ୧୧ଟି ଶିବ ଲିଙ୍ଗ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତ୍ୟେକ ସୋମବାର ଏହି ଶିବଲିଙ୍ଗଙ୍କୁ ପୂଜା କରନ୍ତୁ। ପୂଜା କରି ସାରିବା ପରେ ଲିଙ୍ଗ ସବୁକୁ ପାଣିରେ ଭସାଇ ଦିଅନ୍ତୁ।



from Odisha Reporter https://ift.tt/2zKUcU6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages