ମନ୍ତ୍ରୀ-ଅଫିସରଙ୍କ ‘କୋଟା’ ଫିକ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ମନ୍ତ୍ରୀ-ଅଫିସରଙ୍କ ‘କୋଟା’ ଫିକ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସି କାରବାର ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲାପାଳମାନଙ୍କୁ ଗୁରୁମନ୍ତ୍ର ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଆଡ଼େ ନିଜର ମନ୍ତ୍ରୀ ଓ ସଚିବଙ୍କ ‘ପିସି’(ପରସେଣ୍ଟ ) ସଂଗ୍ରହ ଉପରେ ଆଖିବୁଜି ଦେଇଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବୋଲକରା ସାଜିଥିବା କିଛି ମନ୍ତ୍ରୀ କୁଆଡ଼େ ଏବେ ଆଖିବୁଜା ‘ପିସି’ ସଂଗ୍ରହ କରୁଛନ୍ତି। ଆଉ ସେମାନଙ୍କ ବିଭାଗର ଆତ୍ମଘୋଷିତ ସୁପର ମିନିଷ୍ଟର ସାଜିଥିବା ନୋଡାଲ୍ ଅଫିସରମାନେ (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର) କୁଆଡ଼େ ଏଭଳି ପିସି କାରବାରକୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି।

ଚର୍ଚ୍ଚା ହେଉଛି, ତୃତୀୟ ମହଲାର ଖାସ୍ ଥିବା ୨ ଜଣ ମନ୍ତ୍ରୀ କୁଆଡ଼େ ଏବେ ପ୍ରତ୍ୟେକ ଫାଇଲ୍ ଉପରେ ଏକ ନିର୍ଦ୍ଦିଷ୍ଟ ପରିମାଣର ପିସି ଦାବି କରୁଛନ୍ତି। ଆଉ ସେହି ପାଣ୍ଠି କୁଆଡ଼େ ସଚିବଙ୍କ ମାଧ୍ୟମରେ ସେମାନଙ୍କ ନିକଟରେ ପହଞ୍ଚି ଯାଉଛି। କଲ୍ୟାଣମୂଳକ ଯୋଜନା ନାଁରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସେହି ବିଭାଗର ଦାୟିତ୍ୱରେ ଥିବା ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ (ଉପକୂଳ ଓଡ଼ିଶାର) କୁଆଡ଼େ ବିନା ପିସିରେ ଫାଇଲ୍ ଉପରେ ଦସ୍ତଖତ କରିବାକୁ କୁଣ୍ଠାବୋଧ କରୁଛନ୍ତି।

ବଦଳିଠୁ ଆରମ୍ଭ କରି ବିଭାଗୀୟ ଟେଣ୍ଡର କାର୍ଯ୍ୟ ପର୍ଯ୍ୟନ୍ତ ସବୁଥିରେ କୁଆଡ଼େ ମନ୍ତ୍ରୀ, ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୋଡାଲ ଅଫିସରଙ୍କ ନିର୍ଦ୍ଦିଷ୍ଟ ‘ପିସି’ ରହୁଛି । ସବୁ କାର୍ଯ୍ୟ ପାଇଁ ‘କୋଟା’ ଫିକ୍ସ ହୋଇଛି।

ଚର୍ଚ୍ଚା ହେଉଛି ଏସବୁ ସମ୍ପର୍କରେ କୁଆଡ଼େ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତା ଅବଗତ ଅଛନ୍ତି। କିନ୍ତୁ ଏହା ଉପରେ ଅଙ୍କୁଶ ଲଗାଇ ପାରୁନାହାନ୍ତି। ଏହି ପିସିକୁ ସମ୍ପୃକ୍ତ ଅଫିସରମାନେ ନିଜ ତହବିଲକୁ ନେଉଛନ୍ତି ନା ତାହା ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଜାଣତରେ ଅନ୍ୟ କେଉଁ କାର୍ଯ୍ୟରେ ବିନିଯୋଗ ହେଉଛି ତାହା ଜଣାପଡ଼ୁନି।

ଚର୍ଚ୍ଚା ହେଉଛି, ଦଶହରା ପୂଜାବେଳେ ସପରିବାର ବିଦେଶ ଗସ୍ତରେ ଯାଇଥିବା ଉପକୂଳ ଓଡ଼ିଶାର ଜଣେ କୁହାଳିଆ ମନ୍ତ୍ରୀଙ୍କ ସମସ୍ତ ଖର୍ଚ୍ଚ କୁଆଡ଼େ ଦକ୍ଷିଣ ଭାରତର ଏକ କମ୍ପାନୀ ବହନ କରିଥିଲା। ସମ୍ପୃକ୍ତ କମ୍ପାନୀ କୁଆଡ଼େ ବିଭାଗର ସଚିବଙ୍କ କଥାରେ ଏହି ଖର୍ଚ୍ଚ ତୁଲାଇବାକୁ ରାଜି ହୋଇଥିଲା। ଏହି କମ୍ପାନୀ ଗତ କିଛିବର୍ଷ ହେଲା ରାଜ୍ୟରେ ପିପିପି ମୋଡରେ କାର୍ଯ୍ୟ କରୁଛି।

ସେହିପରି ତୃତୀୟ ମହଲାରେ କାର୍ଯ୍ୟରତ ଜଣେ ଅଫିସର କୁଆଡ଼େ ନିଜର ସମ୍ପର୍କୀୟମାନଙ୍କୁ ବିଦେଶ ଭ୍ରମଣରେ ପଠାଇଥିଲେ। ଏହି ଅଫିସରଜଣକ ଏବେ କୁଆଡ଼େ ରାଜଧାନୀର ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ଏକ ଭବ୍ୟ କୋଠା ନିର୍ମାଣ କରୁଛନ୍ତି। ଚାକିରି ସରିବାକୁ ଆଉ ଅଳ୍ପ ବର୍ଷ ଥିବାରୁ ବାବୁ କୁଆଡ଼େ ସରକାରୀ ତହବିଲକୁ ଲୁଟି ଏଭଳି କୋଠା ନିର୍ମାଣ କରୁଥିବା ଚର୍ଚ୍ଚା।



from Odisha Reporter https://ift.tt/2EKHIjX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages