
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକପୂର୍ଣ୍ଣ ଚିଠି ମିଳିଛି।
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବା ସଂପର୍କିତ ଏକ ଧମକପୂର୍ଣ୍ଣ ଚିଠି ଦିଲ୍ଲୀ ପୁଲିସ୍ କମିଶନରଙ୍କ ଇମେଲ ଆଇଡିକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଏହି ଧମକପୂର୍ଣ୍ଣ ଚିଠିଟି ଗୋଟିଏ ଲାଇନରେ ଲେଖାଯାଇଛି। ଚିଠିରେ ୨୦୧୯ ମସିହାରେ ମୋଦିଙ୍କୁ ମାରିବା ପାଇଁ କୁହାଯାଇଛି। ଏହାସହ ମାରିବା ଦିନ, ବାର ଓ ମାସ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।
ପୁଲିସ୍ ପକ୍ଷରୁ କୁହାଯାଇଛି ଯେ, ଏହି ଚିଠିଟି ଆସାମର କୌଣସି ଏକ ଜିଲ୍ଲାରୁ ଆସିଛି। ଏହି ଚିଠି ମିଳିବା ପରେ ଅଧିକ ସତର୍କ ରହିବା ସହ ଘଟଣାର ତଦନ୍ତ କରାଯାଉଛି।
ଏହା ପୂର୍ବରୁ ଭୀମା-କୋରେଗାଁ ହିଂସା ଘଟଣାର ତଦନ୍ତ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଯୋଜନା କରାଯାଇଥିବା ଜଣାପଡ଼ିଥିଲା। ଏହାସହ କିଛି କାଗଜପତ୍ର ମଧ୍ୟ ମିଳିଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେପରି ହତ୍ୟା କରାଯାଇଥିଲା, ସେପରି ମୋଦିଙ୍କୁ ହତ୍ୟା କରାଯିବ ବୋଲି ଯୋଜନା କରାଯାଇଥିଲା। ଏହି ଘଟଣା ପରେ ଦେଶର କିଛି ଜଣାଶୁଣା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।
from Odisha Reporter https://ift.tt/2OUrGrr
No comments:
Post a Comment