ହାତରେ ଧାରଣ କରନ୍ତୁ ମାଣିକ୍ୟ ରତ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ହାତରେ ଧାରଣ କରନ୍ତୁ ମାଣିକ୍ୟ ରତ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଣିକ୍ୟକୁ ସୂର୍ଯ୍ୟଦେବଙ୍କ ରତ୍ନ କୁହାଯାଇଥାଏ। କୁହାଯାଏ କି ଏହା ସୂର୍ଯ୍ୟଙ୍କର ସବୁଠାରୁ ଶକ୍ତିଶାଳୀ ରତ୍ନ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ମାଣିକ୍ୟକୁ ସବୁଠାରୁ ପ୍ରଭାବଶାଳୀ କୁହାଯାଇଛି।

ସୂର୍ଯ୍ୟ ଅଗ୍ନି ପ୍ରଦାନକାରୀ ଗ୍ରହ ହୋଇଥିବାରୁ ମାଣିକ୍ୟକୁ ଏକ ପ୍ରମୁଖ ରତ୍ନ କୁହାଯାଇଥାଏ। ମାଣିକ୍ୟରେ ଆଲୁମିନିୟମ୍‌ ଅକ୍ସାଇଡ୍‌ ଭରି ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଣିକ୍ୟକୁ ହାତରେ ଧାରଣ କଲେ, ଏହାର ପ୍ରଭାବ ତୁରନ୍ତ ଆପଣଙ୍କ ଜୀବନରେ ପଡ଼ିଥାଏ। ଆଖି, ହାଡ଼, ହୃଦୟ, ନାମ ଏବଂ ଯଶ ଉପରେ ଏହାର ସିଧା ପ୍ରଭାବ ପକାଇଥାଏ।
ରାଜକୀୟ କାର୍ଯ୍ୟ ଏବଂ ପ୍ରଶାସନିକ କାର୍ଯ୍ୟ ପାଇଁ  ମାଣିକ୍ୟ ରତ୍ନ ଧାରଣ କଲେ ଅନେକ ଲାଭ ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ମାଣିକ୍ୟ ଧାରଣ କଲେ ମାନ ସମ୍ମାନ ବୃଦ୍ଧି ପାଇଥାଏ। ଏହା ସହିତ ବ୍ୟକ୍ତିର ଅନ୍ୟ ଉପରେ ପ୍ରଭାବ ମଧ୍ୟ ଅଧିକ ରହିଥାଏ।
କେବଳ ଏତିକି ନୁହେଁ ଏହି ରତ୍ନ ଧାରଣ କରିବା ଦ୍ୱାରା ପରିବାର ଲୋକଙ୍କ ସମ୍ପର୍କ ଭଲ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।
ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହି ରତ୍ନ ସକାରାତ୍ମକ ପ୍ରଭାବ ପକାଇଥାଏ। ଯାହା ଯୋଗୁ ମନ ପ୍ରସନ୍ନ ରହିଥାଏ।
କିନ୍ତୁ ଏହି ରତ୍ନକୁ ଧାରଣ କରିବା ପାଇଁ କିଛି କଥା ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।

  • ଏହାକୁ ଆପଣ ହାତର ଅନାମିକା ଆଙ୍ଗୁଠି କିମ୍ୱା ବେକରେ ହିଁ ଧାରଣ କରନ୍ତୁ।
  • ଏହି ରତ୍ନକୁ ରବିବାର ଦ୍ୱିପ୍ରହରରେ ଧାରଣ କଲେ, ଶୁଭ ଫଳ ମିଳିଥାଏ।
  • ଧ୍ୟାନ ରଖନ୍ତୁ ମାଣିକ୍ୟ ରତ୍ନ ସହିତ ଓପଲ୍‌, ନିଲମ୍‌ ଓ ଗୋମେଦ୍‌ ହୀରା ପିନ୍ଧନ୍ତୁ ନାହିଁ।
  • ଯଦି ଆପଣଙ୍କ କୁଣ୍ଡଳୀରେ ଦୋଷ ରହିଛି, ତେବେ ସେହି ଅନୁସାରେ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ଏହାକୁ ଧାରଣ କରନ୍ତୁ।

 



from Odisha Reporter https://ift.tt/2S8QBGJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages